ଲୋକାର୍ପିତ ହେଲା ଡକ୍ଟର ଭାଗବତ ବେହେରାଙ୍କ ପୁସ୍ତକ ‘ସପ୍ତ ଦଶନ୍ଧିର ଜୀବନ’ ଓ ‘କୈକେୟୀ’ ଉପନ୍ୟାସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ହୋଟେଲ ଟିପ୍ ଟେଷ୍ଟି (ଫାଣ୍ଟାସିରେ) ଡକ୍ଟର ଭାଗବତ ବେହେରାଙ୍କ ଲିଖିତ ଦୁଇଗୋଟି ପୁସ୍ତକ ‘ସପ୍ତଦଶନ୍ଧିର ଜୀବନ’ ଓ ‘କୈକେୟୀ’ ଉପନ୍ୟାସ ବୁଧବାର ସନ୍ଧ୍ୟାରେ ଲୋକାର୍ପିତ ହୋଇଯାଇଛି । ଉକ୍ତ ଉତ୍ସବରେ ସଭାପତିତ୍ୱ କରି ଡକ୍ଟର ରମାକାନ୍ତ ବେହେରା ସେ କହିଥିଲେ ଯେ ଡ. ଭାଗବତ ବେହେରାଙ୍କ ପରି ଅନେକେ ନିଜ ନିଜର ଆତ୍ମଜୀବନୀ ଲେଖିବା ଦରକାର। ଆତ୍ମଜୀବନୀ ହେଉଛି ସାହିତ୍ୟର ଅତ୍ୟନ୍ତ ଉପାଦେୟ ସୃଷ୍ଟି । ଡ. ବେହେରା ଅନେକ ଲୋକପ୍ରିୟ ଆଧ୍ୟାତ୍ମିକ ଉପନ୍ୟାସ ରଚନା କରିଥିବା ବେଳେ ଏ ଆତ୍ମଜୀବନୀ ମଧ୍ଯ ତାଙ୍କର ବେଶ୍ ଲୋକପ୍ରିୟ ହେବ ବୋଲି ସେ ଆଶା ପ୍ରକଟ କରିଥିଲେ। ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଡକ୍ଟର ବଂଶୀଧର ଚୌଧୁରୀ ଓ ଶ୍ରୀମତୀ ସୈରିନ୍ଧ୍ରୀ ସାହୁ କହିଥିଲେ ଯେ ଲେଖକ ଭାଗବତ ବେହେରାଙ୍କ ସାହିତ୍ୟ କୃତୀ ସମଗ୍ର ଓଡ଼ିଶାକୁ ଦିଗଦର୍ଶନ ଦେଉଛି ଓ ଦେଉଥିବ ମଧ୍ୟ । ତାଙ୍କର ଆଧ୍ୟାତ୍ମିକ ଚେତନା ସମ୍ବଳିତ ଉପନ୍ୟାସ ତଥା ଆଲୋଚନା ପୁସ୍ତକ ମାନ ବେଶ୍ ପାଠକୀୟ ଶ୍ରଦ୍ଧା ସାଉଁଟି ପାରିଛି ସମସ୍ତଙ୍କ ନିକଟରେ । ତାଙ୍କ ଆତ୍ମଜୀବନୀ ମଧ୍ଯ ସେମିତି ଲୋକପ୍ରିୟ ହେବ ବୋଲି ଆଶା କରାଯାଇପାରେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆତ୍ମଜୀବନୀ ପୁସ୍ତକକୁ ଆଲୋଚନା କରି ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ କହିଥିଲେ ଆତ୍ମଜୀବନୀ ଏକ ନିଆରା ସାହିତ୍ୟ ‌। ସାର୍ ଙ୍କ ଆତ୍ମଜୀବନୀ ଏକ ବାସ୍ତବତାର ନଥିପତ୍ର। ଏହା ସମସ୍ତଙ୍କ ମନକୁ ଛୁଇଁବ। ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଉପନ୍ୟାସ ‘କୈକେୟୀ’ର ଆଲୋଚନା କରି କହିଥିଲେ, ରାମାୟଣ ଗ୍ରନ୍ଥର ଚରିତ୍ର କୈକେୟୀ ଙ୍କୁ ଏକ ସକାରାତ୍ମକ ଚରିତ୍ରର ରୂପ ଦେଇ ଡକ୍ଟର ବେହେରା ଉପନ୍ୟାସ ଟିକୁ ଏମିତି ମନଛୁଆଁ ତଥା ହୃଦୟସ୍ପର୍ଶୀ କରିଛନ୍ତି ଯେ ପାଠକ ଏହାକୁ ପଢିବାକୁ ଆରମ୍ଭ କଲେ ଶେଷ ନକରି ରହି ପାରିବେ ନାହିଁ । ବାସ୍ତବରେ ବିନା କୈକେୟୀରେ ରାମାୟଣ ସୃଷ୍ଟି ଯେ ସମ୍ଭବ ହୋଇ ନଥାନ୍ତା ଏହା ଡକ୍ଟର ବେହେରା ପ୍ରକାଶ କରି ଦେଇଛନ୍ତି। ଡ. ପ୍ରଦୀପ କୁମାର ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ, ଧନ୍ୟବାଦ ଅର୍ପଣ ଆଦିର କାର୍ଯ୍ୟକୁ ଅତ୍ୟନ୍ତ ସୁନ୍ଦର ଭାବରେ ପରିଚାଳନା କରିଥିଲେ। ପୁସ୍ତକର ପ୍ରକାଶକ ଗଜେନ୍ଦ୍ର ବେହେରା ପ୍ରକାଶକୀୟ ମନ୍ତବ୍ୟ ଦେବା ସଙ୍ଗେ ସଙ୍ଗେ ପୁସ୍ତକର ଲେଖକ ଡକ୍ଟର ବେହେରା କାହିଁକି ନିଜ ଆତ୍ମଜୀବନୀ ଲେଖିଲେ ସେ ସମ୍ପର୍କରେ ବେଶ୍ କେଇପଦ ବାସ୍ତବ କଥା ଉପସ୍ଥାପନା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.