ବିଜେଡ଼ିରେ ସାମିଲ ହେଲେ ସରିଆଁ ପଞ୍ଚାୟତର ୧୦ଜଣ ଓ୍ବାର୍ଡମେମ୍ବର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମ ପଞ୍ଚାୟତର ୧୦ ଜଣ ଓ୍ବାର୍ଡମେମ୍ବର ବିଜେଡ଼ିରେ ସାମିଲ ହୋଇଛନ୍ତି। ସୋମବାର ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ରୁପ୍ରାରୋଡ ସ୍ଥିତ ବିଜେଡି କାର୍ଯ୍ୟାଳୟଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ସରିଆଁ ଗ୍ରାମ ପଞ୍ଚାୟତର ଓ୍ବାର୍ଡମେମ୍ବର ଭୁବନ ଜାନୀ, ଯଶୋବନ୍ତୀ ମାଝୀ, ଗୌରୀ ମାଝୀ, ସିମାଞ୍ଚଳ ଶବର, ଦୁର୍ମିଲା ଥପା, ଜଗନ୍ନାଥ ସାହୁ, ରାଜ ମାଝୀ, ସୁଶିଲା ମାଝୀ, ଗଣେଶ ମାଝୀ ଓ ସେବତୀ ମାହାର ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ଡ଼ଃ ଭବାନୀଶଙ୍କର ନିଆଲ, କଳାହାଣ୍ଡି ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଟିକେଲାଲ ସାହୁ, ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ବରିଷ୍ଠ ନେତା ବିଜୟ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ବିଜୁ ଜନତା ଦଳର ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତିଙ୍କ ଦୃଢ଼ ନେତୃତ୍ୱକୁ ସମର୍ଥନ କରି ବିଜେଡ଼ିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ଓ୍ବାର୍ଡ ସଭ୍ୟ/ସଭ୍ୟା। ଏଠାରେ ପ୍ରକାଶଯୋଗ୍ୟ ଯେ, ନିକଟରେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ଏହାପରେ ପଞ୍ଚାୟତର ସମସ୍ତ ଓ୍ବାର୍ଡମେମ୍ବର ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.