ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ବୈଠକ; ଗାଁରେ ସେବା ଦେବେ ରାଜସ୍ବ କର୍ମଚାରୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସ୍ଥାନୀୟ ଏକ ହୋଟେଲରେ ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଜିଲ୍ଲା ଶାଖାର ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ସଭାପତି ଅରବିନ୍ଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟଯୁଗ୍ମ ସମ୍ପାଦକ ଅରୁଣ କୁମାର ଦାସ ଯୋଗଦେଇଥିଲେ। ଏହି ଅବସରରେ ଜିଲ୍ଲା ରାଜସ୍ବ ଅଧିକାରୀ ସଂଘର ନୂତନ କମିଟି ଗଠନ ହୋଇଥିଲା। ଏଥିରେ ସଭାପତି ଭାବେ ରାମବିଳାସ ଶଗରିଆ, ଉପସଭାପତି କିରଣ ସାହୁ ଓ ରିଖିରାମ ମଶ୍ର , ସମ୍ପାଦକ କ୍ଷୀରସିନ୍ଧୁ ବାଗ, କୋଷାଧ୍ୟକ୍ଷ ସୁରେନ୍ଦ୍ର ମେହେର ପ୍ରମୁଖ ମନୋନୀତ ହୋଇଥିଲେ। ଜିଲ୍ଲାର ସବୁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟର ଭିତ୍ତିଭୂମିର ଉନ୍ନତିକରଣ, ଓଆରଏସ ପଦୋନ୍ନତିରେ ଅଗ୍ରାଧିକାର, ଏଆରଆଇ ଓ ଅମିନ ପଦବୀକୁ ସମାନ ଗ୍ରେଡେସନ ଦେବା, ଆରଆଇ ସୁପରଭାଇଜରଙ୍କୁ ୧୦ ପ୍ରତିଶତ ଓଏଏସରେ ପଦୋନ୍ନତି, ଜିଲ୍ଲାରେ ୨୨ଟି ରାଜସ୍ବ ସର୍କଲ ବୃଦ୍ଧି, ସମସ୍ତ ଆଇଆଇ ଅଫିସରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଦେବାକୁ ଦାବି କରିଥିଲେ। ଏଥିସହ ପ୍ରତି ଆରଆଇ ସର୍କଲରେ ଦୁଇଟି ଗାଁକୁ ଆଦର୍ଶ ଗାଁ ଘୋଷଣା କରି ସପ୍ତାହକୁ ଦିନେ ଗାଁରେ ଅଫିସ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଣୁ ଆଗକୁ ଲୋକଙ୍କୁ ଆରଆଇ ଅଫିସକୁ ଯିବାକୁ ପଡ଼ିବନି। ରାଜସ୍ୱ କର୍ମଚାରୀ ଗାଁକୁ ଆସିବେ, ସେଠାରେ ଲୋକଙ୍କ କାମ କରିବାକୁ ସ୍ଥିର ହୋଇଛି । ଏହି ଅବସରରେ ଲୋକଙ୍କୁ ଅନଲାଇନ ଆବେଦନ ଉପରେ ସଚେତନ କରିଥିଲେ। ଆରଆଇ ସୁପରଭାଇଜର ବୈଷ୍ଣବ ହାତୀ, ଆରଆଇ ଅନନ୍ତ ନିଆଲ, ପ୍ରେମାନନ୍ଦ ସୁନାନୀ, ମଧୁସ୍ମୀତା ପାଢ଼ୀ, ଶେଖର ଜଗତ ପ୍ରମୁଖ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.