ବଡ଼ଧାରପୁର ଭଲିବଲ ଟୁର୍ଣ୍ଣାମେଣ୍ଟ; ଟୁଣ୍ଡଳା ଚାମ୍ପିଅନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବଡଧାରପୁର ଗ୍ରାମର ବଡଧାରପୁର ଯୁବକ ସଂଘ ତରଫରୁ ୨୪ତମ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି। ବଡଧାରପୁରର ସରପଞ୍ଚ ପର୍ଶୁରାମ ହରପାଲ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ସମ୍ମାନୀତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମାଜସେବୀ ଚିତ୍ତରଂଜନ ମଣ୍ଡଳ ଏବଂ ପଞ୍ଚମେନ୍ ସତ୍ୟପୀର ପ୍ରଧାନ ପ୍ରମୁଖ ଯୋଗଦେଇ ମାର୍ଗ ଦର୍ଶନ ଦେଇଥିଲେ। ସମିତି ସଦସ୍ୟ ବିଜୟ ହରପାଲ ଓ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଯୁଗଳ କିଶୋର ରଥ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ ପ୍ରତିଯୋଗିତାରେ ୮ ଗୋଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚ୍ ତୁଣ୍ଡଳା ଓ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହୋଇଥଲା। ଏଥିରେ ତୁଣ୍ଡଳା ଦଳ ବିଜୟୀ ହୋଇ ଚାମ୍ପିଅନ ଭାବରେ ପୁରସ୍କୃତ ହୋଇଥିଲେ। ବଲାଙ୍ଗୀର ଦଳ ଉପବିଯେତା ହୋଇଥିଲେ। ରାଜ୍ୟ ସ୍ତରୀୟ ରେଫ୍ରୀ ମଳୟ କୁମାର ବିଶ୍ବାଳ, ଚନ୍ଦ୍ରମୋହନ ବିଶ୍ବାଳ, ନେପାଳ ଚନ୍ଦ୍ର ବିଶ୍ବାଳ, ତୁଷାର କାନ୍ତ ସା, ପ୍ରମୁଖ ସୁଚାରୁରୂପେ ଖେଳ ପରିଚାଳନା କରିଥିବା ବେଳେ ଫାଲଗୁନୀ ପ୍ରଧାନ ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍ଵେଚ୍ଛାସେବୀ ମିଲନ କୁମାର ଭୋଇ ଏବଂ ବଡ଼ଧାରପୁର ଯୁବକ ସଂଘର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.