ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନୀ ମୈଦାନରେ ୯ ଜଣ ପ୍ରାର୍ଥୀ ରହିଥିବା ବେଳେ ଅଟୋ ରିକ୍ସା ଚିହ୍ନରେ ନିର୍ବାଚନ ଲଢୁଥିବା ସ୍ୱାଧିନ ପ୍ରାର୍ଥୀ ପ୍ରଦୀପ ନାଏକ ତାଙ୍କ ପ୍ରଚାର ଅଭିଯାନ ଜାରି ରଖିଛନ୍ତି। ପ୍ରଚାରର ପଞ୍ଚମ ଦିନରେ ଆଜି ନର୍ଲା ଜିଲ୍ଲା ପରିଷଦ ଜୋନ୍-୨ ଅଧିନସ୍ଥ ଉଲିକୁପା, ନିଶାଣପୁର ଓ ଶାନ୍ତପୁର ଗ୍ରାମ ପଞ୍ଚାୟତର ୧୫ ଖଣ୍ଡ ଗ୍ରାମର ପ୍ରତି ଘରକୁ ଘର ଯାଇ ଭୋଟ ଭିକ୍ଷା କରିଥିଲେ ପ୍ରଦୀପ ନାଏକ। ପ୍ରଚାର ସମୟରେ ଲୋକେ ଘର ଦୁଆରରେ କଳସ ସ୍ଥାପନା କରି ଶ୍ରୀ ନାଏକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ମୁଁ ନିର୍ବାଚିତ ହୋଇ ବିଧାୟକ ହେଲେ ନର୍ଲା ଅଞ୍ଚଳରେ ରହିଥିବା ଚାଷୀଙ୍କ ମୁଖ୍ୟ ସମସ୍ୟା ଜଳସେଚନକୁ ପ୍ରାଥମିକତା ଦେବି ବୋଲି ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ସ୍ୱାଧିନ ପ୍ରାର୍ଥୀ ପ୍ରଦୀପ ନାଏକ।