ମ.ରାମପୁର ଜୋନ୍-୧ ଓ ୨ରେ ଲମ୍ବୋଦର ନିଆଲ ଓ ମନୋରମା ମହାନ୍ତିଙ୍କ ପ୍ରଚାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ମଦନପୁର ରାମପୁର ବ୍ଲକର ଜୋନ୍-୧ ଓ ୨ ଅଞ୍ଚଳରେ ଶନିବାର ପ୍ରଚାରକୁ ଜୋରଦାର କରିଛି ବିଜୁ ଜନତା ଦଳ। ଶତାଧିକ ସମର୍ଥକଙ୍କ ଗହଣରେ ଗାଁ ଗାଁକୁ ଯାଇ ରାଜ୍ୟ ସରକାରଙ୍କ ବିକାଶର ନୂତନ ଦିଗନ୍ତ ଉପରେ ଜନସାଧାରଣଙ୍କୁ ଅବଗତ କରାଇ ଭୋଟ ଭିକ୍ଷା କରିଥିଲେ ବିଜେଡ଼ିର ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି ଓ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ। ପ୍ରତ୍ୟେକ ଗ୍ରାମରେ ପୂର୍ଣ୍ଣ କୁମ୍ଭ ସହ ଶ୍ରୀମତୀ ମହାନ୍ତି ଓ ଶ୍ରୀ ନିଆଲଙ୍କୁ ବନ୍ଦାପନା କରିବା ସହ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶନିବାର ବିଜେଡ଼ିର ଏହି ପ୍ରଚାର ମୋହନଗିରିରୁ ଆରମ୍ଭ ହୋଇ ସିଙ୍ଗାପୁର, ସିର୍କିହେଜୁ, ତଲନୂଆଗାଁ, ମାଣିକେରା, ଅସରକୂପା, ଡମ୍ କର୍ଲାଖୁଣ୍ଟା, ଜାମବାହାଲି ଛକ, ନୂନପୁର, ସାଇଦଲଙ୍ଗା, ମୁଡିଙ୍ଗ, ଘୋଡାପୋଖରୀ ଦେଇ ଡଙ୍ଗାପଟାରେ ସମାପ୍ତ ହୋଇଥିବା ଜଣାପଡ଼ିଛି। ବିଜେଡ଼ିର ଦୁଇ ପ୍ରାର୍ଥୀଙ୍କ ସହ ପୂର୍ବତନ ବିଧାୟକ କୁମରମଣି ଶବର, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.