ବିରୋଧ ପରେ ଗୁରୁ ଶିଷ୍ୟଙ୍କ ସାକ୍ଷାତକାର

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦଳୀୟ ଟିକେଟ ଦେଇ ଚତୁର୍ଥୀ ଥର ପାଇଁ ବିଶ୍ୱାସ ଦେଖାଇଛି। କିନ୍ତୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦଳୀୟ ଟିକେଟ ମିଳିବାକୁ ନେଇ କିଛି ଅସନ୍ତୋଷ ବିଜେଡି ଗୋଷ୍ଠୀ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ। ଏହି ବିରୋଧି ଗୋଷ୍ଠୀରେ ବିଜେଡିର ପୂର୍ବତନ ଛାତ୍ର ସଭାପତି ହେମନ୍ତ କର ମଧ୍ୟ ସାମିଲ ଥିଲେ। କିନ୍ତୁ ବିଜେଡି ନେତା ହେମନ୍ତ କର ଆଜି ପୁଣି ନିଜର ଆଦର୍ଶ ନିଜର ଗୁରୁ ରାଜେନ୍ଦ୍ର ଢୋଲକିଆଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତକାର କରିଥିଲେ। ଦୀର୍ଘ ସମୟ ଧରି ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ହୋଇଥିଲା। ତେବେ ବିଭିନ୍ନ ଅସନ୍ତୋଷ ଓ ସମସ୍ୟା ସବୁକୁ ଦୂର କରିଦେଇ ଵିଧିବଦ୍ଧ ଭାବେ ୨୦୨୪ ସାଧାରଣ ନିର୍ବାଚନରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ ବୋଲି ଶ୍ରୀ କର ସୂଚନା ପ୍ରଦାନ କରିଛନ୍ତି। ଏଥିରେ ଶ୍ରୀ କରଙ୍କ ସମର୍ଥକ ଡମ୍ବରୁଧର ଘିବେଲା ମଧ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.