କେସିଙ୍ଗାର ୯ ପଞ୍ଚାୟତରେ ଭୋଟ ଭିକ୍ଷା କଲେ ନର୍ଲା କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀ ନର୍ଲା ବ୍ଲକ, ମ.ରାମପୁର ବ୍ଲକ, କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ୯ ଗୋଟି ଏଭଳି ସମୁଦାୟ ୬୩ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ହୋଇଛି। ଶନିବାର ନର୍ଲା ନିର୍ବାଚନ ମଣ୍ଡଳୀର କେସିଙ୍ଗା ବ୍ଲକର ଉକ୍ତ ୯ ଗୋଟି ଗ୍ରାମ ପଞ୍ଚାୟତରେ ଭକ୍ତ ଦାସ ନିଜ ପାଇଁ ଓ ସାଂସଦ ପ୍ରାର୍ଥୀନୀ ଦ୍ରୋପଦୀ ମାଝୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ନର୍ଲା ଅଞ୍ଚଳରେ ଭୁଷୁଡି ପଡିଥିବା ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳସେଚନ ବ୍ୟବସ୍ଥାକୁ ସୁଦୃଢି କରଣ କରିବା ସହ ଅଞ୍ଚଳକୁ ବିକାଶ ପଥରେ ଆଗେଇ ନେବେ ବୋଲି ତାଙ୍କ ବକ୍ତବ୍ୟରେ କହିଛନ୍ତି ଭକ୍ତ ଦାସ। ଆଜି ସକାଳ ୧୦ ଘଣ୍ଟାରୁ ଦିନ ତମାମ କେସିଙ୍ଗା ବ୍ଲକ ଅଧିନସ୍ଥ ଉକ୍ତ ୯ ଗୋଟି ଗ୍ରାମ ପଞ୍ଚାୟତର ୨୫ ରୁ ଉର୍ଦ୍ଧ୍ୱ ଗାଁର ଘରକୁ ଘରକୁ ଘର ଯାଇ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ନର୍ଲା ନିର୍ବାଚନ ମଣ୍ଡଳୀ ବିକାଶରେ ସହାୟକ ହୁଅନ୍ତୁ ବୋଲି ସମସ୍ତଙ୍କୁ ନିବେଦନ କରିଥିଲେ। ପ୍ରଚାର ସମୟରେ ଜିଲ୍ଲା କଂଗ୍ରେସ ସଭାପତି ଭରତ ଭୂଷଣ ବେମାଲଙ୍କ ସମେତ କେସିଙ୍ଗା ବ୍ଲକ କଂଗ୍ରେସ ସଭାପତି, ଯୁବ ଓ ଛାତ୍ର କଂଗ୍ରେସ ସଭାପତିଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ କର୍ମୀ ମାନେ ଉପସ୍ଥିତ ଥିଲେ। ରାଜ୍ୟର ନବୀନ ସରକାରଙ୍କ ଶାସନ ସମୟରେ ନର୍ଲାର ବିକାଶ ହୋଇ ପାରିନି। ପାନୀୟ ଜଳ ଯୋଗାଣ ସମସ୍ୟା, ଜଳ ସେଚନ ସମସ୍ୟା, ଶିକ୍ଷକ ସମସ୍ୟା ଲାଗି ରହିଛି। ମୁଁ ନିର୍ବାଚିତ ହୋଇ ଆସିଲେ ଏଥିପ୍ରତି ପ୍ରାଥମିକତା ଦେବି ବୋଲି ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ଭକ୍ତ ଦାସ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.