ନର୍ଲା: ଇଭିଏମରେ ସିଲ୍ ହେଲା ୧୨ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୀର୍ଘ ପାଞ୍ଚ ବର୍ଷ ପରେ ଆସିଥିବା ସାଧାରଣ ନିର୍ବାଚନର ମତଦାନ ପ୍ରକ୍ରିୟା ସୋମବାର ଆରମ୍ଭ ହୋଇ ସେହି ଦିନ ହିଁ ସମାପ୍ତ ହୋଇଛି। ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ। ଗଣତନ୍ତ୍ରର ଏହି ମହାପର୍ବକୁ ନେଇ ଉତ୍ସବ ମୁଖର ହୋଇ ଉଠିଥିଲା ପୁରପଲ୍ଲୀ। ମଇ ୧୩ ସୋମବାର ଦିନ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ପଡ଼ିଥିଲା ଭୋଟ। ସକାଳ ୭ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟରମାନେ ମତଦାନ କେନ୍ଦ୍ରକୁ ଯାଇ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଦାନ କରିଥିଲେ। ଚଳିତ ଥର ଅନେକ ସ୍ଥାନରେ ‘ସଂପୂର୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ଏବଂ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର’ ରହିଥିଲା। ଏସବୁ କେନ୍ଦ୍ର ନିଜ ନିଜର ସ୍ବତନ୍ତ୍ରତା ଯୋଗୁଁ ଜନତାଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଯୁବ ମତଦାତାମାନେ ମଧ୍ୟ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ଏହାରି ମଧ୍ୟରେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରେ ମତଦାନ ହୋଇଥିବା ଜଣାପଡ଼ିଛି। ମତଦାତାମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଛିଡ଼ା ହୋଇ ସେମାନଙ୍କ ବହୁମୂଲ୍ୟ ମତାଧିକାର ସାବ୍ୟସ୍ତ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୋଲିସ ବାହିନୀ ତତ୍ପର ଥିବା ଦେଖିବାକୁ ମିଳିଥିଲା। ନର୍ଲା ଅଣସଂରକ୍ଷିତ ବିଧାନସଭା ଆସନ  ପାଇଁ ଏଥର  ମୋଟ୍ ୧୨ଜଣ ବିଧାୟକ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ। ବିଜେଡ଼ିରୁ ମନୋରମା ମହାନ୍ତି, କଂଗ୍ରେସରୁ ଭକ୍ତ ଚରଣ ଦାସ, ବିଜେପିରୁ ଅନିରୁଦ୍ଧ ପଧାନ, ବିଏସପିରୁ ଦୂର୍ଯ୍ୟୋଧନ କୁମାର, ଏଆଇଏଫବିରୁ ଶିବରାମ ନାଏକ, ଆମ୍ବେଦକରରାଇଟ ପାର୍ଟିରୁ ଗଭୀର ସୁନା, ଜାତୀୟ ଆପନା ପାର୍ଟିରୁ ଶଶିଦେବ ହରିଜନ, ଆପ୍ ରୁ ପୃଥିରାଜ ଛତ୍ରୀଆ, ସ୍ବାଧିନ ପ୍ରାର୍ଥୀ ଭାବେ ୪ଜଣ; ପ୍ରଦୀପ କୁମାର ନାଏକ, କାଜଲ ପଟ୍ଟନାୟକ, ଟିକେମନ୍ ଦୀପ ଓ ରୋଜାଲିନ ଜାଲ ଲଢ଼େଇ କରିଥିଲେ। ଭୋଟିଂ ପ୍ରକ୍ରିୟା ଶେଷ ହେବାସହ ସାଂସଦ ପ୍ରାର୍ଥୀ ମାନଙ୍କ ସହ ୧୨ ବିଧାୟକ ପ୍ରାର୍ଥୀଙ୍କ ଭିଗ୍ୟ ମଧ୍ୟ ଇଭିଏମ ଭିତରେ ସିଲ୍ ହୋଇଯାଇଛି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.