ଅଧିକାଂଶ ଟିମ ମାଲିକ ବ୍ୟବସାୟୀ, ସେମାନେ ତାଙ୍କ ଲାଭ ପାଇଁ ଟିମ କିଣିଛନ୍ତି -ବୀରେନ୍ଦ୍ର ସ୍ବେହାଗ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ସଞ୍ଜୀବ ଗୋୟନିକା ଓ କେଏଲ ରାହୁଲଙ୍କ ବିବାଦୀୟ ମାମଲା କମିବାରେ ନାମ ଧରୁନି । ଏବେ ଏହି ଘଟଣାରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ମୁହଁ ଖୋଲିଛନ୍ତିି । ସେ କହିଛନ୍ତି ଟିମ ମାଲିକ ସିଧାସଳଖ ଖେଳାଳି ଏବଂ ଅଧିନାୟକଙ୍କ ସହ ଆଲୋଚନା କରିବା ଠିକ ନୁହେଁ । ଲକ୍ଷ୍ନୌ ସୁପର ଜ୍ୟାଂଟସ ମାଲିକ ଗୋୟନିକା ଟିମର ପରାଜୟ ନେଇ ରାହୁଲଙ୍କ ଉପରେ ଅସନ୍ତୋଷ ହେଉଥିବା ଦେଖିବାକୁ ମିଳିଥିଲା । ଯାହା ଖେଳାଳି, ପ୍ରଶଂସକମାନଙ୍କୁ ବ୍ୟଥିତ କରିଥିଲା । ଯଦି ଟିମ ମାଲିକ ଡ୍ରେସିଂ ରୁମକୁ ଆସିବେ ତେବେ କେବଳ ମୋଟିଭେଟ କରିବେ ଯିବେ । ଆଉ ପ୍ରଦର୍ଶନ ଓ ହାର ଜିତ ନେଇ ପ୍ରତିକ୍ରିୟା ବ୍ୟକ୍ତ କଲେ ଏହା କ୍ରିକେଟ ପାଇଁ ଖରାପ ହେବ । ଅଧିକାଂଶ ଟିମ ମାଲିକ ବ୍ୟବସାୟୀ । ସେମାନେ ତାଙ୍କ ଲାଭ ପାଇଁ ଟିମ କିଣିଛନ୍ତି । ତୁମେ ଯଦି କିଛି ନ କରି ୪୦୦ କୋଟିରୁ ଅଧିକ ଲାଭ କରୁଛ ତେବେ ଏତେ ପ୍ରତିକ୍ରିୟାଶୀଳ କାହିଁକି ହେଉଛ । ତୁମେ ତ ଟିମର ଭଲ ପ୍ରଦର୍ଶନ ନେଇ ଅନ୍ୟମାନଙ୍କୁ ଦାୟିତ୍ୱ ଦେଇଛ । ତୁମର ଭଲ ଲାଭ ମଧ୍ୟ ହେଉଛି । ଅନ୍ୟମାନେ ପରିଶ୍ରମ କରିବେ ତୁମେ ଲାଭ କମାଇବ । ସେହ୍ୱାଗ କହିଥିଲେ ଯେତେବେଳେ ମୁଁ ଆଇପିଏଲ ଛାଡିଥିଲି ସେତେବେଳେ ଅନୁଭବ କରିଥିଲି ଯେ, ଟିମ ମାଲିକ ମନୋବଳ ବଢ଼ାଉ ନାହାନ୍ତି । ମୋ ସାମ୍ନାରେ ଖେଳାଳିମାନଙ୍କ ଉପରେ ବିରକ୍ତ ହେଲେ ମୁଁ ସହ୍ୟ କରିପାରିବି ନାହିଁ । ବ୍ୟବସାୟ ଭିନ୍ନ କଥା ପଡିଆରେ ଖେଳିବା ଅଲଗା । ଏଠାରେ ଦେଶର ପ୍ରତିଭାବାନ ଖେଳାଳି ଖେଳୁଛନ୍ତି, ତୁମେ ସେମାନଙ୍କୁ ଅସମ୍ମାନ କରିପାରିବ ନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.