ଆଇପିଏଲ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରୁଛନ୍ତି ଇଂଲଣ୍ଡ ଖେଳାଳି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଇପିଏଲ ପରେ ପରେ ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହେବ । ସମସ୍ତ ଟିମ ଏଥିନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତେବେ ଆଇପିଏଲ ଅଧାରୁ ଇଂଲଣ୍ଡର ଅଧିକାଂଶ ଖେଳାଳି ସ୍ୱଦେଶ ପ୍ରତ୍ୟାବର୍ତନ କରିବା ଟିମଗୁଡିକୁ ହଇରାଣରେ ପକାଇଛି । ୧ ଜୁନରୁ ବିଶ୍ୱକପ ଆରମ୍ଭ ହେବ । ଏହା ପୂର୍ବରୁ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଟି୨୦ ସିରିଜ ଖେଳାଯିବ । ବର୍ତମାନ ସୁଦ୍ଧା ରାଜସ୍ଥାନ ରୟାଲ୍ସର ଜୋସ ବଟଲର, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ରିସ ଟୋପଲେ ଓ ୱିଲ ଜ୍ୟାକ୍ସ ମଧ୍ୟ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ବେଙ୍ଗାଲୁରର କ୍ରମାଗତ ୫ ବିଜୟରେ ଏହି ଦୁଇ ଖେଳାଳିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । କୋଲକାତା ନାଇଟ ରାଇଡର୍ସର ଫିଲ ସଲଟ, ପଞ୍ଜାବ କିଙ୍ଗସର ସାମ କରନ, ଜନୀ ବେୟାରଷ୍ଟୋ ଓ ଚେନ୍ନାଇ ସୁପର କିଙ୍ଗସର ମୋଇନ ଅଲୀ ମଧ୍ୟ ଫେରିବେ । ପଞ୍ଜାବ କିଙ୍ଗସ ପ୍ଲେ ଅଫ ଦୌଡରୁ ବାଦ ପଡିଥିବାରୁ ଏହା ଦଳର ପ୍ରଦର୍ଶନକୁ ବିଶେଷ ପ୍ରଭାବିତ କରିବନି । ତେବେ ଆରସିବି ଓ ଚେନ୍ନାଇ ଅସୁବିଧାର ସମ୍ମୁଖୀନ ହେବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.