ବେହେରା ଠାରେ ଆରମ୍ଭ ହେଲା ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ

ଗ୍ରାମରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ବାତାବରଣ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଆଜି ଗୁରୁବାର ସକାଳ ୬.୩୦ ସମୟରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଠାରେ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ  ଆରମ୍ଭ ହୋଇଛି। ଏନେଇ ସଂସ୍କୃତି ସଂପନ୍ନ ଗ୍ରାମ ବେହେରା ଠାରେ ଏକ ଆଧ୍ୟାତ୍ମିକ ବାତାବରଣ ତିଆରି ହେଇଛି। ଏହି ନାମଯଜ୍ଞରେ ପୂଜକ ଭାବରେ ଜ୍ୟୋତିର୍ବିଦ ପଣ୍ଡିତ ଭୂପେଶ ତିୱାରୀ, ବେହେରା ଜଗନ୍ନାଥ ମନ୍ଦିର ପୂଜକ ମୋହନ ତିୱାରୀ, ଧ୍ରୁବ ତିୱାରୀ, ମିଥଲେସ ତିୱାରୀ ଓ କର୍ତ୍ତା ତ୍ରିନାଥ ଗୋପାଳ ଏବଂ ତାଙ୍କର ଧର୍ମପତ୍ନୀ ଶୀତୟା ଗୋପାଳ ପୂଜନ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ବୁଧବାର ସନ୍ଧ୍ୟା ସମୟରେ ଶତାଧିକ ମହିଳାଙ୍କ ସହ ନାମ ସଂକୀର୍ତ୍ତନ ଦଳ ଓ ଗ୍ରାମବାସୀ ସହଯୋଗ ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେଇଥିଲା। ନିକଟରେ ଥିବା ବେହେରା ନଦୀରୁ ଜଳ ଆଣି ବେଦୀରେ ସ୍ଥାପନ କରାଯାଇଥିଲା। ଏହି ନାମଯଜ୍ଞ ଶନିବାର ସକାଳ ୬:୩୦ ଟାରେ ସମାପନ ହେବାକୁ ଥିବା ବେଳେ ଏହି ନାମଯଜ୍ଞରେ ସର୍ବମୋଟ ୮ଗୋଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରୁଛନ୍ତି। ନାମ ସମାପନ ପରେ ରାଧା କୃଷ୍ଣ ଯୁଗଳ ମୂର୍ତ୍ତି ସହିତ ଦଧିହାଣ୍ଡି କୁ ନଗର ପରିକ୍ରମା କଲା ପରେ ପୂର୍ଣ୍ଣାହୂତି ହେବ। ଭକ୍ତମାନଙ୍କ ପାଇଁ କମିଟି ପକ୍ଷରୁ ଦୁଇ ଦିନ ପାଇଁ ଅର୍ଣ୍ଣଛତ୍ରର ବ୍ୟବସ୍ଥା କରାଯାଇଅଛି। ନାମଯଜ୍ଞ ପରିଚାଳନାରେ କମିଟିର ସଭାପତି ମଣ୍ଟୁ ଅଗ୍ରୱାଲ,ସମ୍ପାଦକ ମୁନା ନାଏକ, ତୁଲସୀରାମ ବାରିକ, ପୂର୍ବତନ ବ୍ଲକ ଅଧ୍ଯକ୍ଷ ବଳରାମ ପୂଝାରୀ, ହେମାଲ ଚନ୍ଦ୍ର ନାଏକ, ଶୁକ୍ଲୁ ପଟେଲ, ତପୁ ନାଏକ, ରାଜୁ ରାଉତ, ମଣିଭଦ୍ର ନାଏକ, ଡମ୍ବରୁ ଗୋପାଳ, ଭକଚନ ନାଏକ, ବବଲୁ ଅଗ୍ରୱାଲ, ରଜନୀକାନ୍ତ ନାଏକ,କ୍ରୁଷ୍ଣଚନ୍ଦ୍ର ନାଏକ, ପ୍ରମୂଖ ସହଯୋଗ କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.