ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞ: ଶ୍ରୀ ରାଧାକୃଷ୍ଣଙ୍କ ଆଶିଷ ଭିକ୍ଷା କଲେ ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞକୁ ଆସି ଶ୍ରୀ ରାଧାକୃଷ୍ଣଙ୍କୁ ଦର୍ଶନ କରିଛନ୍ତି ବିଜୁ ଜନତା ଦଳର ନର୍ଲା ବିଧାୟିକା ପ୍ରାର୍ଥିନୀ ମନୋରମା ମହାନ୍ତି। ବୁଧବାର ରାତି ୮.୩୦ ସମୟରେ ଆସି ଶ୍ରୀମତୀ ମହାନ୍ତି ମଣ୍ଡପ ସ୍ଥିତ ଶ୍ରୀ ରାଧାକୃଷ୍ଣଙ୍କୁ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ। ସର୍ଗିଗୁଡା ନାମଯଜ୍ଞ ପରିଚାଳନା କମିଟି ସଭାପତି ନାରାୟଣ ମାଝୀ, କୋଷାଧ୍ୟକ୍ଷ ଜତିନ ସାହୁ, ବରିଷ୍ଠ ସଦସ୍ୟ ଲିଙ୍ଗରାଜ ମିଶ୍ର, ପ୍ରଫୁଲ୍ଲ ନାଗ, ସଞ୍ଜୟ ସରାଫ ପ୍ରମୁଖ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇ ମଣ୍ଡପରେ ଦର୍ଶନ କରାଇଥିଲେ। ଅତିଥି ସ୍ଵାଗତ କାଉଣ୍ଟର ଦାୟୀତ୍ୱରେ ରହିଥିବା ବିନୟ ଭୋଇ, ଖଗେଶ୍ୱର ବିଶ୍ବାଳ, ରଜତ ନାଏକ, ମାନସ ସା ପ୍ରମୁଖ ତାଙ୍କୁ ପ୍ରସାଦ ଅର୍ପଣ କରି ଅନ୍ନଭୋଗ ସେବନ କରିବା ପାଇଁ ଅନୁରୋଧ କରିଥିଲେ। ନାମଯଜ୍ଞରେ ପ୍ରବଳ ଭକ୍ତ ସମାଗମକୁ ଦେଖି ଗ୍ରାମବାସୀଙ୍କ ଶୃଙ୍ଖଳିତ ନାମଯଜ୍ଞ ଓ ଅନ୍ନଛତ୍ର ପରିଚାଳନାକୁ ଭୂୟସୀ ପ୍ରଶଂସା କରିଥିଲେ ନର୍ଲା ବ୍ଲକ ଅଧ୍ୟକ୍ଷା ତଥା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି। ଏହା ପୂର୍ବରୁ ମଙ୍ଗଳବାର ବିଜେପିର ନର୍ଲା ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ ମଧ୍ୟ ପ୍ରହରୀ ମଣ୍ଡପକୁ ଆସି ରାଧାକୃଷ୍ଣଙ୍କର ଦର୍ଶନ କରିଯାଇଥିଲେ। ନର୍ଲା ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ ପ୍ରମୁଖଙ୍କ ସହ ଅନେକ ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ତିନି ଦିନ ଧରି ଚାଲିଥିବା ଏହି ନାମ ଯଜ୍ଞ ସ୍ଥଳକୁ ଆସି କମିଟିର କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ସହ ରାଧାକୃଷ୍ଣଙ୍କୁ ଦର୍ଶନ କରିଥିଲେ। ଗୁରୁବାର ସକାଳ ୭.୧୫ରେ ନାମ ସମାପନ ହେବ ବୋଲି କମିଟି ପକ୍ଷରୁ ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.