ଏଓଏସସିଏଫ୍ ପକ୍ଷରୁ ପାଳିତ ହେଲା ପବିତ୍ର ବୁଦ୍ଧ ପୂର୍ଣ୍ଣିମା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ତଥାଗତ ବୁଦ୍ଧଙ୍କ ଜୟନ୍ତୀ ଭବାନୀପାଟଣା ସହର ଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ୍ (ଏଓଏସସିଏଫ୍) ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରାଯାଇଥିଲା। ସ୍ଥାନୀୟ ନକଟିଗୁଡା ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ସେଠାରୁ ଆମ୍ବେଦକର ଭବନ ଠାରେ ଶୋଭାଯାତ୍ରା ପହଞ୍ଚିଥିଲା। ପରେ ଆମ୍ବେଦକର ଭବନ ଠାରେ ସଂଗଠନର ବରିଷ୍ଠ ଉପଦେଷ୍ଟା ତଥା ଅବସରପ୍ରାପ୍ତ ଜେଲ୍ ସୁପରିଣ୍ଟେଡେଣ୍ଟ ପ୍ରେମାନନ୍ଦ ବାଗ, ମହାସଚିବ ସୂର୍ଯ୍ୟ ନାରାୟଣ କୁମାର, ଯୋଜନା ମୂଖ୍ୟ ବିଭୀଷଣ ନାଏକ ପ୍ରମୁଖ ବୁଦ୍ଧ ଜୟନ୍ତୀର ବିଶେଷତ୍ଵ ଉପରେ ନିଜ ନିଜ ବିଚାର ଉପସ୍ଥାପନ କରିଥିଲେ। ଏହି ଅବସରରେ ସଂଗଠନର କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲଙ୍କ ସମେତ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭୁବନେଶ୍ୱର ମହାନନ୍ଦ, ରାମ ନାଏକ, ଚୈତନ୍ୟ ବେମାଲ, କର୍ମଚାରୀ ବିଭାଗ ମୁଖ୍ୟ ବୈକୁଣ୍ଠ ବେମାଲ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାଏକ, ଟାଉନ୍ ସଭାପତି ପୃଥ୍ୱୀରାଜ ଛତ୍ରିଆ, ମହିଳା କର୍ମଚାରୀ ବିଭାଗରୁ ପୁଷ୍ପଲତା ନାଏକଙ୍କ ସମେତ ବହୁ ମହିଳା ଓ ପୁରୁଷ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଉପଦେଷ୍ଟା ଯୋଗେଶ୍ଵର ସାଗର ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.