ସନ୍ଥ କବି ଭୀମ ଭୋଇ ଜୟନ୍ତୀ

‘ଯୁଗ ଯାତ୍ରୀ ସାହିତ୍ୟ ସଂସଦ ସୁବର୍ଣ୍ଣ ଜୟନ୍ତୀ ବର୍ଷ; ସନ୍ଥ କବିଙ୍କ ସାହିତ୍ୟ ଆମ ପାଇଁ ଅମୃତ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚେଇ ରଖିବାର ମାଇଲଖୁଣ୍ଟ ସଦୃଶ୍ୟ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ପରିଚାଳିତ କଳାହାଣ୍ଡିର ଏକ ଅଗ୍ରଣୀ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତା’ର ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ଅବସରରେ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହା ସହିତ ଭୀମ ଭୋଇଙ୍କ ସ୍ମୃତିରେ କବିତା ଆସର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ଆରମ୍ଭରେ ସୁମଧୁର ସ୍ୱରରେ ସ୍ୱାଗତ ସଙ୍ଗୀତ ସନ୍ତୋଷ କୁମାର ଦୁବେ, ରମାକାନ୍ତ ପ୍ରହରାଜ ଗାନକରି ସମସ୍ତଙ୍କୁ ମନମୁଗ୍ଧ କରିଥିଲେ। ସଂସଦର ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ପ୍ରଧ୍ୟାପକ ଡ଼ଃ ରାଜେଶ କୁମାର ସାହୁ ସନ୍ଥକବି ଭୀମ ଭୋଇଙ୍କ ସାହିତ୍ୟିକ ଦିଗ ଉପରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବରେ ସହକାରୀ ବନ ସଂରକ୍ଷକ ମ.ରାମପୁର ରେଞ୍ଜ ଅସିତ କୁମାର ଦାସ ସନ୍ଥକବିଙ୍କ ଜନ୍ମ ଜୟନ୍ତୀର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସଂସଦର ସମ୍ପାଦକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ କବିତା ଆସରକୁ ଅତି ସୁନ୍ଦର ଭାବରେ କବୟତ୍ରୀ ପଲ୍ଲବୀ ଦାସ ଓ କବି ନବଘନ ସାହୁ ପରିଚାଳନା କରି ସମସ୍ତ ସ୍ରୋତା ଓ ପାଠକ ପାଠିକାଙ୍କୁ ଆସରରେ ବାନ୍ଧି ରଖିଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ତିରିଶ ଜଣ କବି ନିଜ ନିଜ କବିତା ପାଠ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନେକ କବି କବୟତ୍ରୀ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇ ସାହିତ୍ୟ ସନ୍ଧ୍ୟାକୁ ବେଶ୍ ଆବେଗମୟ କରିବାରେ ସହଯୋଗ କରିଥିଲେ। ପରିଶେଷରେ ପବନ କୁମାର ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସଦସ୍ୟ ଉଦୟ ନାୟକ, ପରମାନନ୍ଦ ବିଶି, ମାନସ ରଞ୍ଜନ ପ୍ରହରାଜ,ରାକେଶ ଶତପଥି, ରିତେଶ ଶତପଥୀ, ସୁଶାନ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.