ଜମୁଛି ବେହେରାର ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ବ୍ଲକ ବେହେରା ଠାରେ ଅନୁଷ୍ଠିତ ହେଉଥିବା ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞର ଗୁରୁବାର ଥିଲା ପ୍ରଥମ ଦିବସ। ସକାଳୁ ସଞ୍ଜ ଯାଏଁ ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଅଖଣ୍ଡ ନାମଯଜ୍ଞ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆଠ ଗୋଟି ସଂକୀର୍ତ୍ତନ ଦଳ ଯୋଗ ଦେଇଛନ୍ତି। ନାମଯଜ୍ଞ ପରିଚାଳନା ସମିତି ସହିତ ଯୁବପିଢ଼ି, ଦଣ୍ଡପାଟ ଡ୍ରାଇଭର ସଂଘ ଓ ଗ୍ରାମର ଦନ୍ତେଶ୍ବରୀ ମହିଳା ସଂଘର ସମସ୍ତ କର୍ମକର୍ତ୍ତାଗଣ ଲାଗି ପଡିଛନ୍ତି ଭକ୍ତଙ୍କ ସେବାରେ। ଅନ୍ୟପକ୍ଷେ ବେହେରା ଭାରତୀୟ ଷ୍ଟେଟ ବ୍ୟାଙ୍କ ପଛ ପଟେ ଆୟୋଜିତ ଥିବା ଅର୍ନ୍ନଛତ୍ରରେ ୧୦୦୦୦ରୁ ଉର୍ଦ୍ଧ୍ବ ଭକ୍ତ ସାମୂହିକ ପ୍ରସାଦ ସେବନ କରିଥିବା ଆୟୋଜକ କମିଟି ସୂଚନା ପ୍ରଦାନ କରିଛନ୍ତି। ଦଣ୍ଡପାଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ହଜାର ହଜାର ଭକ୍ତ ନାମଯଜ୍ଞରେ ସାମିଲ ହେବା ସହ ହରିନାମ ରସ ପାନ କରୁଛନ୍ତି। ଶୁକ୍ରବାର ନାମଯଜ୍ଞର ଦ୍ବିତୀୟ ଦିବସ। ଶନିବାର ପୂର୍ଣ୍ଣାହୂତି ପଡିବ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି। ସୂଚନା କେନ୍ଦ୍ରକୁ ସୁରେନ୍ଦ୍ର ସାହୁ ପରିଚାଳନା କରୁଥିବା ବେଳେ ଗ୍ରାମର ବିଶିଷ୍ଟ ବ୍ଯକ୍ତି, ମହିଳା, ଯୁବପିଢି ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.