ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି ମୋହନ ମାଝୀ । ବୁଧବାର ସନ୍ଧ୍ୟାରେ ଶପଥ ନେବାର ମାତ୍ର କିଛି ଘଣ୍ଟା ମଧ୍ୟରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି କି, ରାଜ୍ୟ ସରକାର ସମୃଦ୍ଧ କୃଷକ ନୀତି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏନେଇ କ୍ୟାବିନେଟରେ ନୀତିଗତ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ଖୁବଶୀଘ୍ର ଧାନ କୁଣ୍ଟାଲ ୩୧ ଶହ ଟଙ୍କା ଘୋଷଣା କରିବେ । ଏନେଇ ପ୍ରଶାସନ ଓ ସଂପୃକ୍ତ ବିିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ସଂପୃକ୍ତ ବିଭାଗ ଏନେଇ ଏକ ମାର୍ଗଦର୍ଶିକା ଓ ବିସ୍ତୁତ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଠାରେ ଦାଖଲ କରିବେ । ଏହାସହ ଅନ୍ୟ ସମସ୍ତ ପ୍ରତିଶ୍ରୁତି ପୂରଣ ପାଇଁ ସରକାର ଖୁବଶୀଘ୍ର ବିଚାର ବିମର୍ଷ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।