ଓଡ଼ିଆ ବାର୍ତ୍ତା/ ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତରେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲାଯାଇଛି । ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପରେ ଗୁରୁବାର ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀଙ୍କ ସହ ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ରହିଛନ୍ତି । କରୋନା କାଳରୁ ବନ୍ଦ ହୋଇ ରହିଥିଲା ଶ୍ରୀମନ୍ଦିରର ତିନି ଦ୍ବାର । ଭକ୍ତମାନେ କେବଳ ସିଂହଦ୍ଵାର ଦେଇ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରୁଥିଲେ । ତେବେ ନିର୍ବାଚନ ସମୟରେ ଚାରି ଦ୍ବାର ଖୋଲିବା ନେଇ ପ୍ରତିଶୃତି ଦେଇଥିଲା ବିଜେପି । ନିର୍ବାଚନ ପରେ ବହୁମତ ପାଇ ରାଜ୍ୟରେ ସରକାର ଗଠନ କରିଛି ଭାରତୀୟ ଜନତା ପାର୍ଟି । ଗତକାଲି ଶପଥଗ୍ରହଣ ପରେ ରାଜ୍ୟ କ୍ୟାକିନେଟର ପ୍ରଥମ ବୈଠକ ବସିଥିଲା । ଏଥିରେ ପ୍ରଥମ ପଦକ୍ଷେପ ସ୍ବରୂପ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ଯାହା ଆଜି ପୂରଣ ହୋଇଛି ।