ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ୧୮ ତାରିଖ ସ୍କୁଲ ଖୋଲିବା ନେଇ ଶିକ୍ଷକଙ୍କ ପକ୍ଷରୁ ସୋମବାର ସଫା ସୁତରା କାର୍ଯ୍ୟ ସରି ଯାଇଥିଲା। କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଛୁଟି ବୃଦ୍ଧି ନେଇ ସମସ୍ତ ଜିଲ୍ଳାର ଜିଲ୍ଲାପାଳ ମାନଙ୍କୁ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ସ୍ଥଳେ ସକାଳୁଆ କିମ୍ବା ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ବୃଦ୍ଧି ନେଇ ନିର୍ଦ୍ଦେଶ ଆସିବା ପରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ମଙ୍ଗଳବାର ଖୋଲିବାକୁ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଗୁଡିକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଚିଠି ନମ୍ବର ୪୧୬୩ ତାରିଖ ୧୭/୦୬/୨୦୨୪ ସଂଧ୍ୟାରେ ଶିକ୍ଷା ବିଭାଗ କୁ ନିର୍ଦ୍ଦେଶ କରିଥିବା ଜଣାପଡ଼ିବା ପରେ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି।