ଓଡ଼ିଆ ବାର୍ତ୍ତା/ କଣ୍ଟାମାଲ (ମମତା ମହାକୁର): ସାମ୍ପ୍ରତିକ ସମୟରେ ଜଳବାୟୁର ପରିବର୍ତ୍ତନକୁ ନେଇ ଚିନ୍ତାରେ ଏବେ ସମସ୍ତେ ରହିଥିବା ବେଳେ ଏ ସମ୍ପର୍କରେ ଏକ ଆଲୋଚନା ଚକ୍ର ସମ୍ବାଦ ସହିତ୍ୟିଘର କଣ୍ଟାମାଲର ସଭାପତି ନାଟ୍ୟକାର ହରିହର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଖଟଖଟିଆ ଶ୍ରୀ ଜଗନ୍ନାଥ ଉଛ ବିଦ୍ୟାପୀଠ ଠାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ “ଗଛ ବଞ୍ଚିଲେ ଆମେ ବଂଚିବା” ଶୀର୍ଷକ ଉପରେ ଆଲୋଚନା କରାଯାଇ ଆଗାମୀ ବୈଠକରେ “ଗଛ ଓ ଆମେ” ଶୀର୍ଷକ କବିତା ଗଳ୍ପ ଲିଖନ ପାଇଁ ବିଦ୍ୟାଳୟ ସ୍ତରରେ ମଧ୍ୟ କଣ୍ଟାମାଲ ସମ୍ବାଦ ସହିତ୍ୟିଘର ପ୍ରୟାସ କରିବ ବୋଲି ସଂପାଦକ ଲକ୍ଷ୍ମଣ ମହାପାତ୍ର ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଡ଼ ସୌରଭ ରଞ୍ଜନ ଖମାରୀ, ଡ଼ ଦେବଦାସ ମହାପାତ୍ର, ଉପ ସଭାପତି ଦିଲ୍ଲୀପ କୁମାର ମହାନ୍ତି,ରାଜକିଶୋର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଦସ୍ୟ ସୁରେନ୍ଦ୍ର କୁମାର କମ୍ପ, ରଞ୍ଜନ ପାତ୍ର, ଭାର୍ଜନ ପ୍ରଧାନ, ସୀତାକାନ୍ତ ସିଂ, ପଞ୍ଚାନନ ପ୍ରଧାନ, ବାମନ ଚରଣ ମହାନ୍ତି, ଅରୁଣ ପ୍ରଧାନ, ପ୍ରବେଶ ସାହୁ, ଅଜୟ ସାହୁ ପ୍ରମୁଖ ଯୋଗଦେଇଥିଲେ। କଣ୍ଟାମାଲ ସମ୍ବାଦ ସହିତ୍ୟିଘର ସାହିତ୍ୟ, ସଂସ୍କୃତି ସହିତ ବୃକ୍ଷ ପ୍ରତି ମଧ୍ୟ ଲୋକଙ୍କୁ ବିଭିନ୍ନ ସଭା ସମିତିରେ ସଚେତନ କରାଇବାକୁ ପ୍ରୟାସ ଜାରି ରଖିବ ବୋଲି ସାହିତ୍ୟଘରର ଅନ୍ୟତମ ସଦସ୍ୟ ରଂଜୁ ଅମାତ ଧନ୍ୟବାଦ ପର୍ବରେ ଯୋଗଦାନ ଦେଇ କହିଥିଲେ।