ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ହିଲ୍ ଟାଉନ ସ୍ଥିତ ମହାବୀର ହନୁମାନ ମନ୍ଦିର ପରିସରରେ ସୋସାଇଟିର ଦଶମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସୋସାଇଟି ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗାଚାର୍ଯ୍ୟ ଅଶୋକ ମୁଣ୍ଡ, ପ୍ରତିଷ୍ଠାତା ସଭାପତି ବ୍ରହ୍ମାନନ୍ଦ ସାମଲ, ଉପସଭାପତି ଗଣପତି ନାଏକ, ସାଧାରଣ ସଂପାଦକ ଜିତେନ୍ଦ୍ର କୁମାର ମୁଣ୍ଡ ଓ ଯୁଗ୍ମ ସମ୍ପାଦକ ଶ୍ରୀନିବାସ ସେନାପତି, ମହିଳା ଶାଖା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ। ସୋସାଇଟି ସମ୍ପାଦକ ଜିତେନ୍ଦ୍ର ମୁଣ୍ଡ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମୁଣ୍ଡ ଯୋଗର ଉପାଦେୟତା ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତେ ଯୋଗ କରିଥିଲେ। ଏଥିରେ ସୋସାଇଟିର ଉପଦେଷ୍ଟା ପ୍ରଫେସର ରଜନୀକାନ୍ତ ବେହେରା, ବରିଷ୍ଠ ସଦସ୍ୟ ଟଙ୍କଧର ସାହୁ, ଅଶୋକ ପଟ୍ଟନାୟକ, ରାହାସ ମୁଣ୍ଡ, ଅଶୋକ ରାଉତ, ଜ୍ୟୋତ୍ସ୍ନା ମହାପାତ୍ର ପ୍ରମୁଖ ସୋସାଇଟି ଗଠନ ଓ ତାର କାର୍ଯ୍ୟଧାରା ଉପରେ ମତ ରଖିଥିଲେ। ସୋସାଇଟି ଉପଦେଷ୍ଟା ମଦନ ବରାଡ, ସଦସ୍ୟ ଜଗଦୀଶ ମୁଣ୍ଡ, ମହେଶ ରାଓ, ମୋହନ ପ୍ରଧାନ, ଘନଶ୍ୟାମ ଭାଟି, ଆଦିତ୍ୟ ପଣ୍ଡା, ମନୋଜ ମୁଣ୍ଡ, ସୁଧାଧାରା ବେହେରା, ଗୀତାଞ୍ଜଳି ପ୍ରଧାନ, କଳ୍ପନା ମୁଣ୍ଡ, ପ୍ରିୟ ମଞ୍ଜରୀ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଯୁଗ୍ମ ସମ୍ପାଦକ ଶ୍ରୀନିବାସ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।