ସତ୍ୟଜିତ ସ୍ବାଇଁଙ୍କ କବିତା : ଭକତ ଭାବରେ ବନ୍ଧା

ଆଜିର ଦିନରେ ଭକତମାନଙ୍କୁ
ଦରଶନ ଦେବା ପାଇଁ
ଜଗତର ନାଥ କାଳିଆ ସାଆନ୍ତ,
ଆସିଅଛି ପରା ଧାଇଁ ।

ଭାଇଭଉଣୀଙ୍କୁ ସାଥୀରେ ଧରିକି
ରଥେ ପାଏ ଆଜି ଶୋଭା
କି’ ସୁନ୍ଦର ତାର ଅନନ୍ୟ ସ୍ୱରୂପ,
ଆହାଃ କେଡେ ମନଲୋଭା ।

ଭକତ ଟାଣିବେ ରଥକୁ ଆନନ୍ଦେ
ଆଜି ଭକତଙ୍କ ଦିନ
ଭକତିରେ ଆଜି ନାଚିଉଠୁଅଛି,
ମୋର ଏଇ ପାପୀମନ ।

ଚାରିଆଡେ ପରା ଭକତଙ୍କ ଭିଡ଼
ହରିବୋଲ ହୁଳହୁଳି
ଚନ୍ଦନ ସମ ଲାଗୁଅଛି କାଳିଆ,
ତୋ’ ବଡ଼ଦାଣ୍ଡର ଧୂଳି ।

ଏତିକି କାମନା ଭକତଙ୍କ ସବୁ
ଦୁଃଖକଷ୍ଟ ନିଅ ହରି
ତୁମରି ଦୟାରେ ଏ’ ସାରା ସଂସାରେ,
ସୁଖ ଓ ଶାନ୍ତିରେ ଭରି ।

ଭକତର ନାଆ ପାରି କରୁଥାଅ
ନାଉରୀଟେ ସାଜି ସଦା
ସଭିଙ୍କର ପ୍ରିୟ କାଳିଆ ଠାକୁର,
ଭକତ ଭାବରେ ବନ୍ଧା ।

ପବିତ୍ର ରଥଯାତ୍ରାର ଅଭିନନ୍ଦନ, ଜଗତର ନାଥ, ନୀଳାଦ୍ରି ବିହାରୀ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଆଉ ଦେବୀ ସୁଭଦ୍ରା ସମସ୍ତ ଜଗତର ମଙ୍ଗଳ କରନ୍ତୁ

ସତ୍ୟଜିତ ସ୍ୱାଇଁ

ଅଡ଼ଶପୁର, କଟକ

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.