ପରିତ୍ୟକ୍ତ କୂପରୁ ହରିଣ ଉଦ୍ଧାର : ଅଗ୍ନିଶମ ବିଭାଗ ସହାୟତାରେ ଉଦ୍ଧାର କଲେ ବନ ବିଭାଗ 

ସଇଁତଲା,୪/୭ : ବଲାଂଗର ଜିଲ୍ଲା ସଇଁତଲା ବ୍ଲକ  ଧରପଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଏଲଭାଡିର ଏକ ପରିତ୍ୟକ୍ତ କୂଅ ଠାରେ ଆଜି ଏକ ହରିଣ ପଡି ରହିଥିଲବା ଦେଖି ଗାଁ ଲୋକେ ବନବିଭାଗକୁ ଫୋନ ମାଧ୍ୟମରେ ଜଣାଇଥିଲେ । ସୂଚନା ପାଇବା ମାତ୍ରେ ବନ ବିଭାଗ କର୍ମଚାରୀ ଆସି ଘଟଣା ସ୍ଥଳରେ ପଂଞ୍ଚିଥିଲେ। ଅଗ୍ନିଶମ ବିଭାଗ ସହାୟତାରେ ହରିଣକୁ କୂଅରୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ହରିଣର ସ୍ବାସ୍ଥ୍ୟବସ୍ଥା ଠିକ ଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲୋକେ ଜଙ୍ଗଳରୁ ଗଛ କାଟିବା ଫଳରେ ବନ୍ୟଯନ୍ତୁ ସବୁ ଜନବସତି ମୁହାଁ ହେଉଥିବାରୁ ଲୋକେ ଜଙ୍ଗଳକ୍ଷୟ ନକରିବା ପାଇଁ ବୁଦ୍ଧିଜିବୀ ମହଳରୁ ମତ ପ୍ରକାଶ ପାଇଛି ।

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.