‘କନହେଇଲାଲ୍ ଦାସ ଥିଲେ ଶୈଳୀ ସମ୍ରାଟ’

ଅନୁଷ୍ଠିତ ହେଲା କନହେଇ ସ୍ମୃତି ସମାରୋହ : କନହେଇ କଥା ପୁରସ୍କାର ଗ୍ରହଣ କଲେ ଚିତ୍ତରଞ୍ଜନ ଚିରଞ୍ଜିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସେନାପତି ହେଉଛନ୍ତି କଥା ସମ୍ରାଟ, ହେଲେ କନହେଇଲାଲ ହେଉଛନ୍ତି ଶୈଳୀ ସମ୍ରାଟ୍। ତାଙ୍କ ସୃଷ୍ଟିକୁ ସେ ଯାଦୁକର ଭଳି ମଝିକୁ ନନେଇ ବୁଲେଇ ବୁଲେଇ ଛାଡ଼ି ଦେଉଥିଲେ। ଜୀବନ ଯନ୍ତ୍ରଣା ଓ ଜୀବନ ସଂଘର୍ଷ ଭିତରେ ଚରିତ୍ରମାନଙ୍କୁ ଜୀବନ୍ତ ଭାବେ ଗଢ଼ି ତୋଳୁଥିଲେ। ଯେଉଁଥିପାଇଁ ସେ ଓଡ଼ିଆ ସାହିତ୍ୟର ଜଣେ କାଳଜୟୀ ସ୍ରଷ୍ଟା ଏବଂ ସେ ସବୁଦିନ ଅମର ହୋଇ ରହିଥିବେ ବୋଲି ଗତକାଲି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ କମର୍ଦ୍ଦାରେ ଆୟୋଜିତ ‘କନହେଇ ସ୍ମୃତି ସମାରୋହ’ ଓ ‘କନ୍‌ହେଇ କଥା ପୁରସ୍କାର’ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୂର ଏହା କହିଛନ୍ତି।

Omkar Vasthu
Omkar Vasthu

କନ୍‌ହେଇଲାଲ ଦାସଙ୍କ ତିରୋଧାନ ଅବସରରେ କନ୍‌ନେଇଲାଲ ଦାସ ସ୍ମୃତି ସଂସଦ, ବାଲେଶ୍ଵର, କନ୍‌ହେଇଲାଲ ସାହିତ୍ୟ ସଂସଦ, କମର୍ଦ୍ଦା ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସ‌ହଭାଗିତାରେ କମର୍ଦ୍ଦା ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସାରସ୍ବତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, କନ୍‌ହେଇଲାଲଙ୍କ ଜୀବନ ସହ ତାଙ୍କ ସାହିତ୍ୟର ଅନ୍ତରଙ୍ଗ ସମ୍ପର୍କ ଥିଲା। ଗଳ୍ପ ଓ ଉପନ୍ୟାସର ଚରିତ୍ରମାନେ କାଳ୍ପନିକ ନଥିଲେ। ସେଇଥିପାଇଁ ତାଙ୍କ ସାହିତ୍ୟ ଆଜି ବି ଗ୍ରହଣୀୟ ହୋଇ ରହିଛି। ଭୋଗରାଇ ବିଧାୟକ ତଥା ସ୍ମୃତି ସଂସଦର ଆବାହକ ଗୌତମବୁଦ୍ଧ ଦାସ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ କନହେଇଙ୍କୁ କିପରି ରାଜ୍ୟସ୍ତରୀୟ କରି ହେବ ସେ ଦିଗରେ ଆଗାମୀ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିବା ସହିତ ଆଗାମୀ ବର୍ଷ କିମ୍ବା ତା ପର ବର୍ଷ ‘କନହେଇ ଉତ୍ସବ’ ବା ‘କନହେଇ ଲିଟ୍ ଫେଷ୍ଟ୍’ (କେ.ଏଲ୍.ଏଫ୍.) ରାଜଧାନୀ ଭୁବନେଶ୍ବରରେ କରାଯିବା କଥା ସେ ଘୋଷଣା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସ୍ମୃତି ସଂସଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ ମଞ୍ଚାସୀନ ଥିଲେ। ଏହି ଅବସରରେ କଥାକାର ଯୁବ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତଙ୍କୁ ଏ ବର୍ଷର ‘କନ୍‌ହେଇ କ‌ଥା ପୁରସ୍କାର’ ପ୍ରଦାନ କରାଯାଇଥିଲା। ଯାଦବେଶ ମିଶ୍ର ଅତିଥିଙ୍କୁ ମଞ୍ଚ ଆହ୍ଵାନ କରିଥିବା ବେଳେ ସ୍ମୃତି ସଂସଦର ସମ୍ପାଦକ ଉତ୍ପଳ ମହାନ୍ତି ଓ ପ୍ରଫୁଲ୍ଲ କୁମାର ଦେ ସମ୍ପାଦକୀୟ ବିବରଣୀ ଏବଂ ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି କୃଷ୍ଣକୁମାର ମହାନ୍ତି ମାନପତ୍ର ପାଠ କରିଥିଲେ। ସ୍ମୃତି ସଂସଦର ସହସମ୍ପାଦକ ରାଜେଶ ଗିରି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କମର୍ଦ୍ଦା ହାଟ ପରିସରରେ କନ୍‌ହେଇଲାଲଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା।

ଏହି ସାରସ୍ବତ ସ୍ମୃତି ସମାରୋହରେ କମର୍ଦ୍ଦା ଓ ବାଲେଶ୍ଵରର ବହୁ କନହେଇ ପ୍ରେମୀ ସାରସ୍ବତ ସ୍ରଷ୍ଟା ଯୋଗ ଦେଇଥିବା ବେଳେ ଡାକ୍ତର ଲଲାଟେନ୍ଦୁ ଦାସ, ବିଜୟ କୁମାର ଦାସ, ନରେନ୍ଦ୍ର ସିଂହ, ରଜନୀକାନ୍ତ ଦାସ, ଅଂଶୁମାନ ରାଉତ, କବି କିଶୋରୀ କିଙ୍କର ଦାସ, ଦାଶରଥୀ ଦାସ, ମାନସ କୁମାର ମିଶ୍ର, ସରପଞ୍ଚ ଉମାକାନ୍ତ ପ୍ରଧାନ, ଜୟଦେବ ଦାସ, ତାପସ କୁମାର ପ୍ରଧାନ, ପୁଲିନ ପରିଡ଼ା ଉଭୟ ସଂସଦର କାର୍ଯ୍ୟକର୍ତ୍ତା ତଥା ଶ୍ରୀ ଜଗନ୍ନାଥ ହାଇସ୍କୁଲ୍‌ର ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ଗ୍ରାମବାସୀଙ୍କ ଦ୍ବାରା ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.