ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘ, ଓଡ଼ିଶାର ସାଂଗଠନିକ ବୈଠକ ଭୁବନେଶ୍ୱର ଠାରେ ମୁଖ୍ୟ ଉପଦେଷ୍ଟା ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ସର୍ବ ସମ୍ମତିକ୍ରମେ ଉପଦେଷ୍ଟା ଭାବେ ପ୍ରଶାନ୍ତ କୁମାର ଖମାରୀ, ସଭାପତି ଭାବେ ଜୟନ୍ତୀ ଲାଲ ସାହୁ, କାର୍ଯ୍ୟକାରୀ ସଭାପତି ଭାବେ ବିଜୟ କୁମାର ମିଶ୍ର, ଅଲେଖ ସାହୁ, ସାଧାରଣ ସଂପାଦକ ଭାବେ ହାନେଶ ପାତ୍ର ବାଗ, ମହାସଚିବ ଭାବେ ବିଶ୍ୱରଂଜନ ଦାସ, ଉପସଭାପତି ଭାବେ ସପ୍ତମ କିଶୋର ବେହେରା, ରାଜେନ୍ଦ୍ର ପୃଷେଠ, ରାଜୀବ ଲୋଚନ ପ୍ରଧାନ, ଯଶୋବନ୍ତ ନାରାୟଣ ପ୍ରଧାନ, ବିଷ୍ଣୁ ନାରାୟଣ ପଣ୍ଡା, ସୁବ୍ରତ ଦଣ୍ଡସେନା, ଅମୂଲ୍ୟ ପାତ୍ର, ଆଲୋକ ଏସଡି ବର୍ମନ ରାୟ, ରାଜକିଶୋର ପ୍ରଧାନ, କୋଷାଧ୍ୟକ୍ଷ ଭାବେ ପ୍ରମୋଦ ବେହେରା, ଉପକୋଷାଧ୍ୟକ୍ଷ ଭାବେ ରାଜକିଶୋର ସାହୁ, ସହ ସଂପାଦକ ଭାବେ ଉମେଶ ସ୍ୱାଇଁ, ଅନ୍ତର୍ଯ୍ୟାମୀ ଦୋରା, ଲାଲୁ ମଲିକ, ରାଜେନ୍ଦ୍ର ବାରିକ, ବିରେନ୍ଦ୍ର ପତି, ଗୋୖରାଙ୍ଗ ସାହୁ, ସାଙ୍ଗଠନିକ ସଂପାଦକ ମାନସ ରଂଜନ ସାହୁ, ଜିତେନ ପାଣି, ଦୀପକ ପୁରୋହିତ, ରାଜକିଶୋର ବାରିକ, ସୁଦର୍ଶନ ନାୟକ, ସୁରେଶ ପଣ୍ଡା, ରାଜକିଶୋର ପଶାୟତ, ମିତ୍ରବାଦୀ ମଲ୍ଲିକ ପ୍ରମୁଖଙ୍କୁ ମନୋନୀତ କରାଯାଇଥିବା ବେଳେ ଗଣମାଧ୍ୟମ ସଂପାଦକ ଭାବେ ରଂଜୁ ଅମାତଙ୍କୁ ଦାୟିତ୍ୱ ଦିଆଯାଇଛି।