ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ 

ସମ୍ବର୍ଦ୍ଧିତ ହେଲେ ଜିଲ୍ଲାର ପ୍ରମୁଖ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ ଯୋଗଦେଇ ସମବେତ ଚାଷୀମାନଙ୍କୁ ପ୍ରାଣୀ ସମ୍ପଦ ଓ ମତ୍ସ୍ଯ ଚାଷ ସମ୍ପର୍କରେ ବୁଝାଇଥିଲେ l ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ନବୀନ ଚଦ୍ର ନାଏକ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଦିଆଯାଉଥିବା ରିହାତି ସୁବିଧା ନେବା ପାଇଁ ଚାଷୀଙ୍କୁ ଆହ୍ୱାନ କରିବା ସହ ସାର୍ଟିଫିକେଟ୍ ବିତରଣ କରିଥିଲେ। “ଆତ୍ମନିର୍ଭରତା ହିଁ ବିକଶିତ ଭାରତର ମୂଳ ମନ୍ତ୍ର”ସ୍ଲୋଗାନ୍ ପ୍ରଦାନରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭିଡିଓ ମାଧ୍ୟମରେ ଚାଷୀଙ୍କୁ ଉତ୍ସାହିତ କରିଥିଲେ। କୋଲନାରାର ଉତ୍କୃଷ୍ଟ ଚାଷୀ କୋଦରୁ ଈଶାକା, ଗୁଡ଼ାରୀର ମତ୍ସ୍ଯ ଚାଷୀ ଆରାଧ ଜାଗେରାଙ୍ଗା ଏବଂ ପଦ୍ମପୁର ଓ କାଶୀପୁର ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀକୁ ଉନ୍ନତ ଚାଷ ପାଇଁ ୫,୦୦୦ ଟଙ୍କାର ଚେକ ସହ ସାର୍ଟିଫିକେଟ୍ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା l ଏହି ଦୁଇଦିନିଆ ମେଳାରେ ଗୁଣୁପୁର, ପଦ୍ମପୁର, ରାମନାଗୁଡ଼ା, କୋଲନରା ଓ ମୁନିଗୁଡା ବ୍ଲକର ବହୁ ଚାଷୀ ମାନେ ଯୋଗଦାନ କରିଥିଲେ l ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀ, ଗୋ ଚାଷୀ, ଛେଳି, କୁକୁଡ଼ା, ଘୁଷୁରୀ, ମତ୍ସ୍ଯ ଚାଷୀ ପ୍ରଦର୍ଶନୀ ମଣ୍ଡପ ଗୁଡିକରେ ପ୍ରଦର୍ଷିତ କରିଥିଲେ l ଚାଷୀମାନଙ୍କୁ ଏହି ଉତ୍ତମ ବିହନ ସମ୍ବନ୍ଧରେ ବୁଝାଇଥିଲେ l ଏହାପରେ ସାଂସ୍କୃତିକ୍ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା l କାର୍ଯ୍ୟକ୍ରମକୁ ଉତ୍ତମ କୁମାର ଦାସ ସଂଯୋଜନା କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.