କେନ୍ଦୁଡଙ୍ଗରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଦୁର୍ନୀତି ଅଭିଯୋଗ, କାର୍ଯ୍ୟାଳୟରେ ପଡିଲା ତାଲା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାଁରେ ସ୍କୁଲ ଉନ୍ନତି କରଣ ଅନୁଦାନ ଆତ୍ମସାତ କରିଥିବା ଅଭିଯୋଗ କରି ଶୁକ୍ରବାର ପରିଚାଳନା କମିଟି ପକ୍ଷରୁ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ପ୍ରତିବାଦ କରିଛନ୍ତି। ଅଭିଯୋଗ ଅନୁସାରେ, ଏହି ବିଦ୍ୟାଳୟର ରୁପାନ୍ତିକରଣ ପାଇ ‘୫-ଟି’ ଅଧିନରେ ପ୍ରାୟ ୪୦ଲକ୍ଷ ଟଙ୍କା ଅନୁଦାନ ଆସି କାର୍ଯ୍ୟ ହୋଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ସହ ସ୍କୁଲରେ ଅନେକ କିଛି କାମ ହୋଇ ନଥିବାବେଳେ ପ୍ରଧାନ ଶିକ୍ଷକ ଆଶୁତୋଷ ସରାବୁ ପରିଚାଳନା କମିଟିର ଅଜାଣତରେ ସଭାପତିଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଣ କରିଥିବା ଓ ମୋ’ ସ୍କୁଲ ଯୋଜନାରେ ଆସିଥିବା ଅର୍ଥରାଶିର ସଠିକ ବିନିଯୋଗ ହୋଇ ନଥିବା, ଅସମ୍ପୂର୍ଣ କାର୍ଯ୍ୟ, ମାସିକ ବୈଠକ ଠିକ୍ ରେ ନହେବା, ସ୍କୁଲକୁ ଆସୁଥିବା ଅନେକ ଅନୁଦାନଙ୍କୁ ଆତ୍ମସାତ କରିଥିବା ଅଭିଯୋଗ କରି ଗତ ମାସେ ତଲେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏସ୍ଏମ୍ ସି ପକ୍ଷରୁ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଗୋଷ୍ଠୀ ଶିକ୍ଷା ବିଭାଗର ପକ୍ଷରୁ ଏକ ଟିମ୍ ସ୍କୁଲରେ ପହଞ୍ଚି ତଦନ୍ତ କରିଥିଲେ। ହେଲେ ତଦନ୍ତର ମାସେ ପରେ ମଧ୍ୟ ସମ୍ପୃକ୍ତ ଶିକ୍ଷକଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ।

Omkar Vasthu
Omkar Vasthu

ଯାହାକୁ ନେଇ ଆଜି ସ୍କୁଲ ଖୋଲିବା ପରେ ପରିଚାଳନା କମିଟିର ସଭାପତି ହେମନ୍ତ ନାଏକ ସମେତ ଲିଙ୍ଗରାଜ ବାଗ, ନବାବ ଦାସ, ସନ୍ତୋଷ ନାଏକ, ମାମୁନୁ ଦାସ, ନବୀନ ନାଏକ, ସୁରେନ୍ଦ୍ରୀ ନାଗ, ମଞ୍ଜୁଲତା ବାଗ, ଲାଲୁ ଦାସ ପ୍ରମୁଖ ପହଞ୍ଚି ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ପ୍ରତିବାଦ କରିଥିଲେ। ଏହାପରେ ପ୍ରଧାନ ଶିକ୍ଷକ ଆଶୁତୋଷ ସରାବୁ ସମେତ ଅନ୍ୟ ଶିକ୍ଷକ ମାନେ ସ୍କୁଲ ଗେଟ୍ ଆଗରେ ଅଟକି ରହିଥିଲେ। ଫଳରେ ଦିର୍ଘ ସମୟ ଧରି ଛାତ୍ର ଛାତ୍ରୀଙ୍କ ଶିକ୍ଷା ଦାନରେ ବ୍ୟାଘାତ ଘଟିଥିଲା। ଖବର ପାଇ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝୀ, ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ଓ ଲଡୁଗାଁ ସିଆରସିସି ଫାଲଗୁନି ବାଣୁଆ ପ୍ରମୁଖ ପହଞ୍ଚି ସ୍କୁଲ ପରିଚାଳନା କମିଟି ସହିତ ଦିର୍ଘ ସମୟ ଧରି ଆଲୋଚନା କରିଥିଲା। ଏବଂ ସୋମବାର ସୁଦ୍ଧା ସମ୍ପୃକ୍ତ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ପଠାଯିବା ସହ ଦୁର୍ନୀତି ପ୍ରମାଣ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏବିଇଓ ଶ୍ରୀମାଝୀ ପରିଚାଳନା କମିଟିକୁ ପ୍ରତିଶ୍ରୁତି ଦେବା ପରେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ତାଲା ଖୋଲିବା ପରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.