ଦେଓଗାଁରେ +୨ ଶ୍ରେଣୀ ଖୋଲିବାକୁ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଦେଓଗାଁରେ +୨ ଖୋଲିବା ପାଇଁ ଦାବି ହୋଇଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଆଦିବାସୀ ଅଧ୍ୟୁଷିତ ଦେଓଗାଁ ଅଞ୍ଚଳ ଅବହେଳିତ ହୋଇ ପଡ଼ିଛି। ଏହି ଅଞ୍ଚଳର ୯୦% ଆଦିବାସୀ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି। ୧୯୪୮ ମସିହାରେ ପ୍ରତିଷ୍ଠା ହୋଇଥିବା ଦେଓଗାଁ ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ଉନ୍ନିତ ଉଚ୍ଚ ବିଦ୍ୟାଳରେ ପରିଣତ ହୋଇଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନେ ଅଧ୍ୟୟନ କରୁଛନ୍ତି। ଏଠାରେ +୨ କଳା କିମ୍ବା ବିଜ୍ଞାନ ଶ୍ରେଣୀ ଖୋଲିବା ପାଇଁ ବାରମ୍ବାର ଦାବି ହୋଇ ଆସୁଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କୈାଣସି ସୁଫଳ ମିଳିପାରିନାହିଁ।

Omkar Vasthu
Omkar Vasthu

ବିଡମ୍ବନାର ବିଷୟ ଦେଓଗାଁରେ +୨ ଶ୍ରେଣୀ ଖୋଲିନଥିବାରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ୨୦ କିଲୋମିଟର ଦୂର କେସିଙ୍ଗା ଓ ନର୍ଲା କିମ୍ବା ୩୦ କିଲୋମିଟର ଦୂର ଭବାନୀପାଟଣା ଯିବାପାଇଁ ବାଦ୍ଧ୍ୟ ହେଉଛନ୍ତି। ଅନେକ ଅବିଭାବକ ସେମାନଙ୍କ ପିଲାଙ୍କୁ +୨ ପଢ଼ାଇ ପାରୁ ନାହାଁନ୍ତି। ଏଣୁ ଦେଓଗାଁ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ବିଦ୍ୟାଳୟ ଖୋଲିବା ପାଇଁ ସାଧାରଣରେ ଦାବୀ ହେଉଛି। ସରକାର ତୁରନ୍ତ ଦେଓଗାଁ ସ୍କୁଲକୁ ଉନ୍ନୀତ କରି ଏଠି ଯୁକ୍ତ ଦୁଇ ପାଠ୍ୟକ୍ରମ ଆରମ୍ଭ କରାନ୍ତୁ ବୋଲି କେସିଙ୍ଗା ବ୍ଲକ ଉପାଧ୍ୟକ୍ଷ ରାଜଲକ୍ଷ୍ମୀ ପଟ୍ଟନାୟକ, ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ, କଳାହାଣ୍ଡିର ବିଶିଷ୍ଟ ସମାଜସେବୀ ତଥା କୁଣ୍ଡାବନ୍ଧ ସମିତି ସଭ୍ୟ ମନୋଜ କୁମାର ପଟ୍ଟନାୟକ, ଦେଓଗାଁ ନାଏବ ସରପଞ୍ଚ ଭାଷ୍କର ଶବର, ପୂର୍ବତନ ସମିତି ସଭ୍ୟ ବିଦ୍ୟାଧର ରଣା, ଗଜିନ୍ଦ୍ର ଶବର, କମଳିନୀ ଶବର, ପୂର୍ବତନ ସରପଞ୍ଚ ସାଧୁରାମ ଭୋଇ, ଚମେଶ୍ବର ଭୋଇ, ଉମାକାନ୍ତ ଶବର, ପାନପତ୍ରୀ ରଣା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କେଶରୀ ଶବର, ଜିଲ୍ଲା ପରିଷଦ ସଦସ୍ୟା ସୁନିତା ଶବର, ବୁଦ୍ଧିଜୀବୀ ବିଦ୍ୟା ଶବର, କୈଳାସ ଭୋଇ, ହିରଣ୍ୟ ଶବର, ଲଡୁ ବାରିକ, ଦିପୁ ଶବର, ଅନିରୁଦ୍ଧ ହରିଜନ, ଭାସ ଶବର, ବଲଶ ଶବର, କୃପା ଶବର, ଅମ୍ରି ଶବର, ବୃଷଭ ଭୋଇ, ବିଶ୍ବନାଥ ଶବର ପ୍ରମୁଖ ଦାବି କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.