ପ୍ରଧାନ ଶିକ୍ଷକଙ୍କୁ କ୍ଲଷ୍ଟରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ବେସିସ ସ୍କୁଲ କେନ୍ଦ୍ର ବିଦ୍ୟାଳୟ ଠାରେ ଶନିବାର ଖର୍ଲିକାନୀ ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିନ୍ୟାବିନ ତାଣ୍ଡିଙ୍କୁ କ୍ଲଷ୍ଟରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବେସିସ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ବୈକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୁନାନୀମାଲ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଟିକେଲାଲ ମେହେର, ସମ୍ମାନିତ ଅତିଥି ତେତେଲ ପଦର ପ୍ରଧାନ ଶିକ୍ଷକ ତରୁଣ ସୁନା, ନୋଡାଲ ହାଇସ୍କୁଲ ଶିକ୍ଷୟତ୍ରୀ ବାସନ୍ତୀ ହୋତା ପ୍ରମୁଖ ଯୋଗଦାନ କରିଥିଲେ। କର୍ତ୍ତବ୍ୟ ନିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀ ତାଣ୍ଡିଙ୍କ କର୍ମମୟ ଜୀବନ ବିଷୟରେ ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଲୋକପାତ କରିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସିଆରସିସି ଶେଷଦେବ ପ୍ରଧାନ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ହିରଣମୟୀ ପୃଷେଠ ଧନ୍ୟବାଦ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ସଭାରେ ସହକାରୀ ଶିକ୍ଷକ ଲିଙ୍ଗରାଜ ସାହୁ, ମୁକୁନ୍ଦ ସାହୁ, ମନୋହର ରଣା, ରୁପାଧର ବିଶି, ସିଆରସିସି ମନୋଜ ସାହୁ, ଶିକ୍ଷୟତ୍ରୀ ରେବତୀ ମାଝୀ, ରାଜେଶ୍ୱରୀ ବଗର୍ତି, ଗୀତାଞ୍ଜଳି ମହାକୁର, ରିନୁ ସାହୁ, ରଶ୍ମିତା ବରିହା, ଉମା ପ୍ରଶାଦିନି ମେହେର, ସୁପାଲି ପାଣ୍ଡେ, ଶ୍ରଦ୍ଧାଞ୍ଜଳି ନନ୍ଦ, ନିରବତୀ ଭୋଇ, ରଶ୍ମିତା ବିଶ୍ୱାଲ, ନିଲିପ୍ତା ବସ୍ତିଆଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ। ପରେ ସମସ୍ତେ ଶ୍ରୀ ତାଣ୍ଡିଙ୍କୁ ତାଙ୍କ ପିତାମହୁଲ ଘରକୁ ନେଇ ଛାଡି ଆସିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.