ତୁଳାପଡାରେ ନୂଆଖାଇ ଭେଟଘାଟ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତୁଳାପଡା ଗ୍ରାମରେ ନୂଆଖାଇ ଭେଟଘାଟ ଧୁମଧାମରେ ଅନୁଷ୍ଠିତ ହୋଇ ଯାଇଛି।ସକାଳ ସମୟରେ ମା’ ପାଝରାଣୀ ଦେବୀ ପୀଠରୁ ମଶାଲ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିର ନିକଟ ମଞ୍ଚରେ ସ୍ଥାପନ କରାଯାଇ ଥିଲା। ତାପରେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଅନେକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା କରାଗଲା ପରେ ଅପରାହ୍ଣ ୫ଟାରେ ସଭାକାର୍ଯ୍ଯ ଆରମ୍ଭ କରାଗଲା। ଗ୍ରାମର ଗଉଁଟିଆ ତଥା ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମର ସଭାପତି ମନମୋହନ ନାୟକଙ୍କ ସଭାପତିତ୍ବରେ ମୁଖ୍ଯ ଅତିଥି ଭାବେ ମଲ୍ଲୀହାର ପଧାନ – ତୁଳାପଡା ସରପଞ୍ଚ, ମୁଖ୍ଯ ବକ୍ତା – ବିଶିଷ୍ଟ ଲେଖକ ପଦ୍ମଲୋଚନ ମିଶ୍ର, ସମ୍ମାନିତ ଅତିଥି ଭାବେ ଲକ୍ଷ୍ମଣ ଷଡଙ୍ଗୀ, ନିର୍ମଳ ନାୟକ, ବିଦୁର ନାୟକ, ଦୁଃଖୀଶ୍ଯାମ ନାୟକ ଉପସ୍ଥିତ ଥିଲେ। ମନୋଜ କୁମାର ଷଡଙ୍ଗୀ ସଭାକାର୍ଯ୍ଯ ପରିଚାଳନା କରିଥିଲେ। ଡଃ କିଶୋର ଚନ୍ଦ୍ର ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ। ଗ୍ରାମର ୨୪ ଜଣ ବରିଷ୍ଠ ନାଗରିକ ସହ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିବା ବିଶ୍ବଜିତ ମହାନ୍ତ, ଚିତ୍ତରଞ୍ଜନ ମିଶ୍ର ଓ ଆଲିସା ନାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା। ଦଉଡି ଟଣା ଏବଂ ହାଣ୍ଡି ପିଟା କାର୍ଯ୍ୟକ୍ରମ ବେଶ ରୋମାଞ୍ଚକର ହୋଇଥିଲା। ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ପାରିଥିଲା।

Omkar Vasthu
Omkar Vasthu

ପ୍ରଥମ କରି ଏପରି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନରେ ଗ୍ରାମବାସୀ ବହୁତ ଆନନ୍ଦ ଅନୁଭବ କରିଥିଲେ। ରାଜେନ୍ଦ୍ର ନାୟକ, ଆଶୁତୋଷ ଷଡଙ୍ଗୀ, ସୁନିଲ ପଧାନ, ଶରତ ନାୟକ, ସୁରେଶ ନାୟକ, ମନମୋହନ ଭୋଇ, ବସନ୍ତ ନାୟକ, ନରେଶ ନାୟକ, ରଜତ ନାୟକ, ଅରୁଣ ନାୟକ,ମୁକୁନ୍ଦ ନାୟକ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ। ସନ୍ତୋଷ ନାୟକ ଓ ଯାଦବ ପଧାନ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିଲେ। ପୁରସ୍କାର ବିତରଣ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.