ତାରା ତାରିଣୀ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ସେମିନାର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବିଜ୍ଞପିତ ଅଞ୍ଚଳରେ ଥିବା ତାରା ତାରିଣୀ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଏହିବର୍ଷ ପଢିବାକୁ ଆସିଥିବା ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା ଦେବା ସହ ସେମିନାର କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଇନଚାର୍ଜ ଅଧକ୍ଷା ଡ଼ଃ ସନ୍ଧ୍ୟାରାଣୀ ପାତ୍ର ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀ ବିଜ୍ଞାନର ମୁଖ୍ୟ ଡ଼ଃ ପ୍ରଦୀପ କୁମାର ସାହୁ, ବଟନୀ ବିଭାଗର ମୁଖ୍ୟ ଏନ ମୋହନ, ଅଧ୍ୟାପକ ଡ଼ଃ ସୁଧାଂଶୁ ଶେଖର ମିଶ୍ର, ପ୍ରିୟଙ୍କା ମିଶ୍ର, ଚାନ୍ଦିନୀ ପାତ୍ର ଓ ଋତୁପର୍ଣ୍ଣା ସ୍ବାଇଁ, ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଆଜିର ଏହି ସେମିନାରଟି (ପୋଲି ନେସନ) ବା ପରାଗରେଣୁ ସ୍ଥାନାନ୍ତରିଣ ଏବଂ ସମାୟନ ପ୍ରକ୍ରିୟା ଅର୍ଥାତ ସପୁଷ୍ପକ ଉଦ୍ଭିଦ ମାନଙ୍କ ପ୍ରଜନନ ପ୍ରକ୍ରିୟା ଉପରେ ତର୍କ ବିତର୍କ ହୋଇଥିଲା। ଏହି କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ସମୀକା ଗୌଡ଼ ପାୱାର ପଇଣ୍ଟରେ ଉପସ୍ଥାପନା କରିଥିଲେ। ଶେଷରେ ଅଧ୍ୟାପକ ସୁଧାଂଶୁ ଶେଖର ମିଶ୍ର ଧନ୍ୟବାଦ ଦେଇଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.