ଅବ୍ୟବସ୍ଥା ଘେରରେ ଘୁମେରଗୁଡା ଅଙ୍ଗନୱାଡ଼ି କେନ୍ଦ୍ର

ନିୟମିତ ଆସୁନାହାନ୍ତି ଅଙ୍ଗନୱାଡ଼ି କର୍ମୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜୁନାଗଡ଼ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଥିବା ଚାରବାହାଲ ପଞ୍ଚାୟତର ଘୁମେରଗୁଡା ଅଙ୍ଗନବାଡ଼ି କେନ୍ଦ୍ରରେ ଅବ୍ୟବସ୍ଥା ଦେଖାଦେଇଛି। ଅଙ୍ଗନୱାଡ଼ିକର୍ମୀ ଜଣକ ନିୟମିତ କେନ୍ଦ୍ରକୁ ଆସୁ ନଥିବା ବେଳେ ଅଣ୍ଡା, ଛତୁଆ କିମ୍ବା ରନ୍ଧା ଖାଦ୍ୟ ମଧ୍ୟ ଠିକରେ ଦିଆଯାଉ ନାହିଁ। ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ଅଙ୍ଗନୱାଡ଼ି କର୍ମୀ ଜଣକ ସପ୍ତାହେରେ ଥରେ କିମ୍ଵା ମାସକୁ ଦୁଇଥର କେନ୍ଦ୍ରକୁ ଆସିଥାନ୍ତି। କର୍ମୀ ଜଣକ ନିୟମିତ କେନ୍ଦ୍ରକୁ ଆସୁ ନଥିବାରୁ ଅଧିକାଂଶ ସମୟରେ ସହାୟୀକା କେନ୍ଦ୍ର ଖୋଲିଥାନ୍ତି। ଯାହା ଫଳରେ ପ୍ରାକ୍ ବିଦ୍ୟାଳୟରେ ବାଧାପ୍ରାପ୍ତ ହେଉଥିବା ବେଳେ ବିଭିନ୍ନ କାର୍ଯ୍ୟ ପାଇଁ କେନ୍ଦ୍ର ବଦଳରେ ଅଙ୍ଗନବାଡ଼ି କର୍ମୀଙ୍କ ଘରକୁ ମଧ୍ୟ ଯିବାକୁ ପଡୁଛି।

Omkar Vasthu
Omkar Vasthu

ଏମିତି କି ମାସିକ ଟିକା ଦେବା ସମୟରେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ନଥିବାରୁ ସ୍ବାସ୍ଥ୍ୟ କର୍ମୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଉଥିବା ଗ୍ରାମର ଦମୟନ୍ତୀ ଘି, ସନ୍ତୋଷୀ ଧଙ୍ଗଡାମାଝୀ, ଜୟନ୍ତୀ ଘି, ମଞ୍ଜୁଳା ତାଣ୍ଡି, ନେପୁର ତାଣ୍ଡି, ହିମାଦ୍ରୀ ତାଣ୍ଡି, ଗୋମତୀ ଘି, ବିଳାସିନୀ ତାଣ୍ଡି ସମେତ ଅନେକ ଗର୍ବବତୀ ଓ ପ୍ରସୂତି ମହିଳା ମାନେ ଅଭିଯୋଗ ଆଣିଛନ୍ତି। ଏ ବିଷୟରେ ଅଙ୍ଗନୱାଡ଼ି କର୍ମୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୋୖଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏନେଇ ଜୁନାଗଡ଼ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ପଚାରିବାରୁ ଲିଖିତ ଅଭିଯୋଗ ଦେବା ପାଇଁ କହିବା ସହ ତଦନ୍ତ କରାଯିବ ବୋଲି କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.