ବିଗୁଲ୍ ଟିଭିର ନୂଆଁଖାଇ ଭେଟଘାଟ ମହା ସମାରୋହରେ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଟାଉନହଲ୍ ଠାରେ ବିଗୁଲ ଟିଭିର ନୂଆଁଖାଇ ଭେଟଘାଟ ଉତ୍ସବ ୨୦୨୪ ମହା ସମାରୋହରେ ପାଳନ ହୋଇଯାଇଛି। ଏହାର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ପୌର ଉପାଧ୍ୟକ୍ଷା ମଲ୍ଲିକା ଦାନୀ, ଅଦିତି କଲେଜ ଅଧ୍ୟକ୍ଷା ଲିଖିତା ପଟ୍ଟନାୟକ, ମହାନଦୀ ଧାରାର ମୁଖ୍ୟ ଆଭା ପୂଜାରୀ ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ।

Omkar Vasthu
Omkar Vasthu

ରୁମକୁ ଝୁମାନା ର କଳାକାର ମାନେ ସୁନ୍ଦର ଗୀତ ପରିବେଷଣ କରିଥିବା ବେଳେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଅନେକ ସାଂସ୍କୃତିକ ଟ୍ରୁପ୍ କଳାକାର ଏଠାରେ ରଙ୍ଗାରଙ୍ଗ ନାଚ ଗୀତ ପରିବେଷଣ କରିଥିଲେ। ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ର ମୁଖ୍ୟ ସଚେତକ ଶ୍ରୀ ସରୋଜ ପଧାନ ଯୋଗ ଦେଇ ନୂଆଁଖାଇ ଭାଇ ଚାରା ପର୍ବ ର ପ୍ରଚାର ପ୍ରସାର ସହିତ ବିଭିନ୍ନ ପ୍ରତିଭା ଚିହ୍ନଟ କରିବା ଓ ଏ ଅଞ୍ଚଳ ର ବିକାଶ ବିଗୁଲ୍ ଟିଭି ର ପ୍ରଚେଷ୍ଟା କୁ ଖୁବ୍ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ହୋଟେଲ ସଂଘ ସଭାପତି ଅରବିନ୍ଦ ବାରିକ, ନାରାୟଣ ଲୁହା, ଯୁବ ଉଦ୍ୟୋଗୀ ଶରତ ମହାପାତ୍ର, ଗୋପାଳ ନେଗୀ, ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅଭିନାଶ ହୋତା ସଭା ସଂଯୋଜନା କରିଥିବା ବେଳେ ଵଣ୍ଟୁ ଅଗ୍ରୱାଲା ଧନ୍ୟବାଦ୍ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପାରମ୍ପରିକ ପିଠାପଣା ପ୍ରସ୍ତୁତି ରେ ଶ୍ରୀୟା ପାତ୍ର ପ୍ରଥମ ହୋଇ ଥିବା ବେଳେ ନୃତ୍ୟ ପ୍ରତିଯୋଗିତା ବିଚାରକ ଭାବେ ଶିବରାଜ କମ୍ପ, ପ୍ରଦ୍ୟୁମ୍ନ ସାହୁ, ମନୋଜ ବାରିକ ଯୋଗ ଦେଇଥିଲେ। ଚେନେଲର ହେଡ ସନ୍ତୋଷ କୁମାର ମିଶ୍ର ଙ୍କ ତତ୍ୱାବଧାନ ରେ ଉତ୍ସବ ପରିଚଳନା କରାଯାଇଥିବା ବେଳେ ଦେବାଶିଷ ପଟ୍ଟନାୟକ, ସରୋଜ ପ୍ରଧାନ, ନାରାୟଣ ରଥ, ସତ୍ୟବ୍ରତ ପ୍ରଧାନ, ନିରଞ୍ଜନ ଭୋଇ, ଲଡୁ କିଶୋର ମଲ୍ଲିକ, ପୃଥ୍ୱୀରାଜ ବାଗ, ସରୋଜ ପଧାନ, ସହଦେବ ମେହେର, ସୁବାଷ ପଣ୍ଡା, ସାଇ ସରୋଜ ମିଶ୍ର, ନିର୍ମାଣ ମିଶ୍ର, ହାର୍ଦ୍ଧିକ ଅଗ୍ରୱାଲ ପ୍ରମୂଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.