ଦିବ୍ୟ ଜୀବନ ସଙ୍ଘ ତରଫରୁ ସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ଜୟନ୍ତୀ ପାଳିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରରେ ଥିବା ଦିବ୍ୟଜୀବନ ସଙ୍ଘ ତରଫରୁ ସଦଗୁରୁ ସ୍ୱାମୀ ଚିଦାନନ୍ଦ ମହାରାଜାଙ୍କ ୧୦୮ତମ ଜନ୍ମ ଜୟନ୍ତୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି | ସକାଳ ୬ ଘଣ୍ଟା ସମୟରେ ରାଧକାନ୍ତ ସାହିରେ ଥିବା ଶିବାନନ୍ଦ କୋଚିଙ୍ଗ ସେଣ୍ଟର ତରଫରୁ ଛାତ୍ର, ଛାତ୍ରୀ ଓ ଗୁରୁ ଭାଇ ମାନଙ୍କୁ ଧରି ନଗର ଭ୍ରମଣ କରିବା ସହ ଦିବା ୮ ଘଣ୍ଟ ସମୟରେ ସ୍ୱାମୀଙ୍କ ପାଦପୁଜା, ଅର୍ଚନା, ଗୀତା ପାରାୟଣ, ସୁନ୍ଦରା କାଣ୍ଡ ରାମାୟଣ ପାରାୟଣ, ଗୁରୁବାଣୀ ଶ୍ରବଣ, ଆଳତି, ପୁଷ୍ପାଞ୍ଜଳୀ ପ୍ରଦାନ ସହିତ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥିଲା | ଅନୁଷ୍ଠାନର ସଭାପତି ଯତିରାଜ ଦାଶ, ସମ୍ପାଦକ କେ ବାବୁରାଓ, ଗୁରୁଭାଇ ପୁର୍ଣଚନ୍ଦ୍ର ପଣ୍ଡା, ଭିକାରୀ ନାୟକ, ଗଗନ କୁମାର ସାହୁ, ପ୍ରଶାନ୍ତ ସେନାପତି, ଦୁର୍ଗା ପ୍ରସାଦ ରାଓ, ବିଶ୍ୱନାଥ ସ୍ବାଇଁ, ଶ୍ରୀକାନ୍ତ, ସଞ୍ଜୟ ଙ୍କ ପ୍ରତାକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.