ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ସଦର ମହକୁମା ସରକାରୀ ଜବାହର ଉଚ୍ଚ ବିଦ୍ୟାଳୟ ଠାରେ କୋକସରା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କ୍ରୀଡା ପ୍ରତଯୋଗୀତା ରେ କୋକସରା ବ୍ଲକର ୨୨ ଗୋଟି ପଞ୍ଚାୟତର ସମସ୍ତ ହାଇସ୍କୁଲର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଦୌଡ଼, ଲମ୍ବା ଡିଆଁ ,ଓ ଥ୍ରୋ ଇଭେଣ୍ଟ ଭଲି କ୍ରୀଡା ପ୍ରତିଯୋଗତା ହୋଇଥିଲା l ଏହି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ କୃତିତ୍ୱ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l ଆଜିର କ୍ରୀଡା ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବରେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ,ମୁଖ୍ୟ ବକ୍ତା ଭାବେ ଅବସର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ସମ୍ମାନୀତି ଅତିଥି ଏବିଓ ତୋଫାନ ମାଝୀ, ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ନିଝୁମ ରାଣୀ ପଣ୍ଡିତ, ସିଆରସିସି ବୈକୁଣ୍ଠ ଜାଲ, ଓ କୋକସରା ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନଥିଲେ l ଏହି କ୍ରୀଡା ପ୍ରତିଯୋଗିତାକୁ ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି ଓ ବ୍ଲକର ସମସ୍ତ ହାଇସ୍କୁଲ ଖେଳ ଶିକ୍ଷକ ଏବଂ ଶିକ୍ଷକ ଦେବାଶିଶ ସାହୁ, ଟଙ୍କଧର ଶବର, ବନିତା ରାଣୀ ଦତ୍ତ୍ୱ, ସିମାରାଣୀ ସିଂ ସହଯୋଗ କରିଥିଲେ l ଶେଷରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ସାଂସ୍କୃତିକ ନୃତ୍ୟ ପରିବେସଣ ହୋଇଥିଲା, କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.