ଶାନ୍ତପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୀତକାଳୀନ କ୍ରୀଡା ମହୋତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରାଧାକୃଷ୍ଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶାନ୍ତପୁର ଠାରେ ଶୀତ କାଳୀନ କ୍ରୀଡା ମହୋତ୍ସବ- ୨୦୨୪/୨୫ ଅନୁଷ୍ଠିତ ହୋଇଯାଇଛି । ବୁଧବାର ସକାଳ ୧୦ ଘଣ୍ଟା ସମୟରେ ଏହାର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା ଶାନ୍ତପୁରର ପୁର୍ବତନ ସରପଞ୍ଚ ଲୋକନାଥ ସା ପ୍ରମୁଖ ଉପସ୍ଥିତ ରହି ପତାକା ଉତ୍ତୋଳନ କରି ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ଶାନ୍ତପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସ୍ୱେତାଲିନ ପଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ଶାରିରୀକ ଶିକ୍ଷକ କିଶୋର ସା, ଜିତେନ୍ଦ୍ର ସାହୁ, ତୁଳାପଡା ହାଇସ୍କୁଲର ଶାରିରୀକ ଶିକ୍ଷକ ସନ୍ତୋଷାନନ୍ଦ ନାଏକ, ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ଶାରିରୀକ ଶିକ୍ଷକ ନାରାୟଣ ପଧାନ, ଭାନପୁର ପିଇଟି ଧୃବଚରଣ, ଘୋଡାବନ୍ଧ ହାଇସ୍କୁଲର ନାରାୟଣ ପଧାନ ପ୍ରମୁଖ ସମସ୍ତ ଇଭେଣ୍ଟ ଗୁଡିକ ପରିଚାଳନା କରିଥିଲେ । ନର୍ଲା ବ୍ଲକ ଅଧିନସ୍ଥ ସମସ୍ତ ହାଇସ୍କୁଲର ପ୍ରତ୍ୟେକ ବିଦ୍ୟାଳୟରୁ ୪ ଜଣ ଛାତ୍ରଛାତ୍ରୀ ହିସାବରେ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଲମ୍ବା ଡିଆଁ, ଉଚ୍ଚ ଡିଆଁ, ୧୦୦, ୨୦୦ ଓ ୧୫୦୦ ମିଟର ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଗତ ମାସରେ ପ୍ରତ୍ୟେକ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଏହି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ପୂର୍ବରୁ ଘଣ୍ଟମାଳ, ବାଗପୁର ଓ ତୁଳାପଡା ହାଇସ୍କୁଲ ଠାରେ କବାଡି, ଖୋଖୋ ଓ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ଏକ ଦିବସୀୟ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ ଅନୁଷ୍ଠିତ ଇଭେଣ୍ଟ ଗୁଡିକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ଶୀତ କାଳୀନ କ୍ରୀଡା ମହୋତ୍ସବରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଆୟୋଜକ ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶାନ୍ତପୁରର ଶିକ୍ଷୟତ୍ରୀ ଜି.ସ୍ୱାତି, ଶିକ୍ଷକ ପି.ମନୋହର ରାଓ, ଜିତେନ୍ଦ୍ର ସାହୁ, ଯୁଗଳ ସାହୁ, ହେମନ୍ତ ସାହୁ, ଆନନ୍ଦ କୁମାର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶୃଙ୍ଖଳିତ ଭାବରେ ବ୍ଲକ ସ୍ତରୀୟ ଏହି କ୍ରୀଡା ମହୋତ୍ସବ ସମାପନ ହୋଇଥିବାରୁ ଆୟୋଜକ ଶାନ୍ତପୁର ବିଦ୍ୟାଳୟର ସମସ୍ତ ଷ୍ଟାଫ, ସମସ୍ତ ଶାରିରୀକ ଶିକ୍ଷକ ଓ ସହଯୋଗ କାରୀ ମାନଙ୍କୁ ନର୍ଲା ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଜାନୀ ଶୁଭେଚ୍ଛା ଜ୍ଞାପନ କରିବା ସହ ନର୍ଲା ବ୍ଲକର କୃତୀ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରରେ ମଧ୍ୟ କୃତୀତ୍ୱ ଅର୍ଜନ କରି ନର୍ଲା ବ୍ଲକ ପାଇଁ ଗୌରବ ଆଣନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.