ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ଇଷ୍ଟଦେବୀ ମାଁ ସୁରେଶ୍ଵରୀ ଓ ସହରର ସର୍ବପୁରାତନ ଶକ୍ତି ପୀଠ ମା ଭଗବତୀ ପବିତ୍ର ମହାଳୟା ତିଥ୍ୟରେ ଧବଳମୂଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ ମାଁ ସୁରେଶ୍ଵରୀ ଓ ଭଗବତୀ ଙ୍କୁ ଧଳା ବସ୍ତ୍ର, ଆଭୁଷଣ ଓ ଫୁଲରେ ସୁ-ସଜ୍ଜିତ କରାଯାଇଥିଲା। ମାଁଙ୍କୁ ଧବଳମୂଖୀ ବେଶରେ ଦର୍ଶନ କଲେ ଗଙ୍ଗା ସ୍ନାନର ପୂଣ୍ୟ ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ଵାସ ରହିଛି। ମାଁଙ୍କ ଧବଳମୂଖୀ ବେଶ ଦର୍ଶନ ପାଇଁ ସୁରେଶ୍ଵରୀ ମନ୍ଦିରରେ ପ୍ରବ ଭିଡ ଲାଗିରହିଥିଲା। ହଜାର ହଜାର ଲୋକ ମାଙ୍କ ସନ୍ଧ୍ୟା ଆଳତୀ ବେଳେ ଉପସ୍ଥିତ ଥିବା ବେଳେ ମାଁଙ୍କ ଦର୍ଶନ ପାଇଁ ପୋଲିସ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।