ଆଜି କାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ

ମା ଭଗବତୀ ଓ ମା ଦୁର୍ଗାଙ୍କ ଶୈଳପୁତ୍ରୀ ବେଶ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଗୁରୁବାର ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମା ସୁରେଶ୍ଵରୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ନବରାତ୍ର ପୂଜା ସହ ଚଳିତ ବର୍ଷ ମଧ୍ୟ ଧୁମଧାମରେ ଚଣ୍ଡିଯଜ୍ଞ ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ମାନସିକ ଦୀପ ପ୍ରଜ୍ୱଳନ ମଧ୍ୟ ଆରମ୍ଭ ହୋଇଛି। ଭୋର ସମୟରୁ ମନ୍ଦିର ଖୋଲି ସମସ୍ତ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି କାଳୀ ବେଶରେ ମା’ ଉଭା ହୋଇଛନ୍ତି। ସହରର ସର୍ବ ପୁରାତନ ଭଗବତୀ ପୀଠରେ ଆଜି ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ। ସେପଟେ ସହରର ଗଡଭିତର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ନବରାତ୍ର ପୂଜା ଆରମ୍ଭ ହୋଇଥିବା ବେଳେ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା। ମାତା ଦୁର୍ଗା ହେଉଛନ୍ତି ସୃଷ୍ଟିର ଆଦିଶକ୍ତି। ତାଙ୍କର ପ୍ରଥମ ସ୍ୱରୂପର ନାମ ଶୈଳପୁତ୍ରୀ। ପର୍ବତକୁ ଶୈଳ କହନ୍ତି, ପର୍ବତରାଜ ହିମାଳୟଙ୍କର କନ୍ୟା ରୂପେ ଜନ୍ମିଥିଲେ ବୋଲି ତାଙ୍କ ନାମ ଶୈଳପୁତ୍ରୀ ହୋଇଥିଲା। ନବଦୁର୍ଗାଙ୍କ ମଧ୍ୟରୁ ସେ ହେଉଛନ୍ତି ପ୍ରଥମ ଦୁର୍ଗା। ସେ ବୃଷଭବାହିନୀ, ତାଙ୍କର ଡାହାଣ ହାତରେ ତ୍ରିଶୂଳ ଓ ବାମ ହାତରେ ପଦ୍ମ ଶୋଭାପାଏ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.