୫୧ତମ ବର୍ଷରେ ବାଲିପଡା ଦୁର୍ଗାପୂଜା; ପ୍ରଥମ ଦିନରେ ଦେବୀ ଶୈଳପୁତ୍ରୀଙ୍କ ପୂଜା 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଭାନପୁର ଗ୍ରାମ ପଞ୍ଚାୟତର ବାଲିପଡା ଠାରେ ୫୧ତମ ଦୁର୍ଗାପୂଜା ଆରମ୍ଭ ହୋଇଛି। ଗତବର୍ଷ ବାଲିପଡା ଦୁର୍ଗାପୂଜା କମିଟି ଏହାର “ସୁବର୍ଣ୍ଣ ଜୟନ୍ତୀ” ସମାରୋହ ପାଳନ କରିଥିଲା। ଗତବର୍ଷରୁ ନବରାତ୍ରୀ ଦୁର୍ଗାପୂଜାର ପରମ୍ପରା ଆରମ୍ଭ ହୋଇଛି। ଏହା ପୂର୍ବରୁ ପାଞ୍ଚଦିନ ଧରି ପୁଜା ପାଳିତ ହୋଇ ଆସୁଥିଲା। ପୂଜା ପାଇଁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ମହିଳା ଭକ୍ତ ଅଂଶ ଗ୍ରହଣ କରିଥିଲେ।

ପୂଜା ମଣ୍ଡପରେ କଳସ ସ୍ଥାପନା ଓ ବିଲ୍ୱ ବରଣ କାର୍ଯ୍ୟ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଥିଲା।  ଗୁରୁବାର ସକାଳୁ ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କ ପୂଜା ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିରର ଅବିକଲ ନକଲ କରାଯାଇ ସୁଦୃଶ୍ୟ ତୋରଣ ପ୍ରସ୍ତୁତ ହୋଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ କେତକୀ ସାହୁ ଓ ରୋହିତ ସାହୁ ଦମ୍ପତି ଦାଇତ୍ୱ ନିର୍ବାହନ କରୁଥିବା ଜଣାପଡିଛି। ସେହିଭଳି ବ୍ରହ୍ମା ପଣ୍ଡିତ ଭାବରେ ଘନଶ୍ୟାମ ତ୍ରିପାଠୀ ଓ ପଣ୍ଡିତ ତରୁ ପାଢୀ ପୁଜନ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଶିବ ତ୍ରିପାଠୀ ଓ ନିକୁଞ୍ଜ ପାଢୀ ପୂଜନ କାର୍ଯ୍ୟରେ ସହଯୋଗ କରୁଛନ୍ତି।

ଚଳିତ ବର୍ଷ ପୂଜା କମିଟି ଅଧ୍ୟକ୍ଷ ଭାବରେ ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘର ସଭାପତି ଅନନ୍ତରାମ ମାଝୀ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ମୁଖ୍ୟ ଉପଦେଷ୍ଟା ଭାବରେ ପରେଶ ପଧାନ, ପୁଜା କମିଟି ସଭାପତି ଭାବରେ ଲୋଚନ ସାହୁ, ସାଧାରଣ ସମ୍ପାଦକ ଭାବରେ କୁନ୍ତ ଭୋଇ, ପୁଜା ସମ୍ପାଦକ ଦାଇତ୍ୱରେ ଅଶୋକ ବାରିକ, କୋଷାଧ୍ୟକ୍ଷ ଭାବରେ ଜୟସେନ ନାୟକ, ଉପାଧ୍ୟକ୍ଷ ଭାବରେ ତପନ ପଧାନ, ସହ ସମ୍ପାଦକ ଜିତୁ ପଧାନ ପ୍ରମୁଖ ରହିଥିବା ବେଳେ ବବ୍ଲୁ ଭୋଇ, ମହେନ୍ଦ୍ର ସାହୁ, ବାଲିପଡା ବଣିକ ସଂଘ ସଭାପତି କମଳ ନାୟକ, ମିଡିଆସେଲ ସମ୍ପାଦକ ଟୁକୁ ପଧାନ, ମନୋରଞ୍ଜନ ବିଭାଗ ସମ୍ପାଦକ ରତିଲାଲ ସାହୁ, ବାଲାଜି ବେହେରା, ବରିଷ୍ଠ ସଦସ୍ୟ ତୁମେଶ୍ୱର ସାହୁ, ତନୁ ଚନ୍ଦନ, ଜ୍ଞାନ, ଅମନ, ପ୍ରବୀଣ, ପିଣ୍ଟୁ, ଲଳିତ, ସୁନୀଲ, ଉପା, ରୋଶନ, ସଞ୍ଜୀବ, ପ୍ରେମ ପ୍ରମୁଖ ପୁଜା ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି। ବାଲିପଡା ବଣିକ ସଂଘର ସମସ୍ତ ସଦସ୍ୟ ଓ ଭାନପୁର ଗ୍ରାମବାସୀଙ୍କ ଆନ୍ତରିକ ସହଯୋଗ କ୍ରମେ ପୂଜା ପରିଚାଳନା ହେଉଥିବା ପ୍ରକାଶ କରିଛନ୍ତି ଅଧ୍ୟକ୍ଷ ଶ୍ରୀ ମାଝୀ। ବାଲିପଡା ପୂଜା କମିଟି ତରଫରୁ ଚଳିତ ବର୍ଷ ନବ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଆରମ୍ଭ ଦିନ ଠାରୁ ପ୍ରତ୍ୟହ ରାତିରେ ନାଟକ, ଦଣ୍ଡନାଚ ଓ ମେଲୋଡି ଭଳି ମନୋରଞ୍ଜନର କାର୍ଯ୍ୟକ୍ରମ ରଖାଯାଇଥିବା କହିଛନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମର ସମ୍ପାଦକ ରତିଲାଲ ସାହୁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.