ଲାଞ୍ଜିଗଡ଼ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଓ ବ୍ଳକ ପ୍ରଶାସନ ମିଳିତ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଲାଞ୍ଜିଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସଂଜିବ କୁମାର ନାୟକ,ଡିଏସଏସଓ ବିରେନ୍ଦ୍ର କୁମାର କହଁର,ଓଡ଼ିଶା ବିକଳାଙ୍ଗ ମଞ୍ଚ ସଭାପତି ଡୋଲାମଣି ପଧାନ ମଞ୍ଚାସିନ ହୋଇ ଭିନ୍ନ କ୍ଷମ ମାନଙ୍କୁ ସରକାରଙ୍କ ଦ୍ଵାରା ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏଥିରେ ମାନସିକ ରୋଗୀ ୪୩ଜଣ,ଦୃଷ୍ଟି ବାଧିତ ୩୬ଜଣ,ସିକଲିନ ୧୫ଜଣ,ଶ୍ରବଣ ୭୬ଜଣ,ଚଳନ ଅସମର୍ଥ ୨୪୬,ବିକଳାଙ୍ଗ ଗ୍ରୁପ ଜଣେ,ଡିଆରଆଇ ରୁଣ ଜଣେ,ଭତ୍ତା ୧୨ଜଣଙ୍କ ସମେତ ସମୁଦାୟ ୪୧୪ ଜଣଙ୍କ ନାମ ପଞ୍ଜିକରଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଅସ୍ଥିଶଲ୍ୟ ଡ.ଅବିନାଶ ଅନନ୍ତ ନେଗି, କର୍ଣ୍ଣ ନାସା ଏବଂ ଗଳା ଡ଼. ସିଦ୍ଧାର୍ଥ ଜେନା, ଚକ୍ଷୁ ଡ଼. ବିକାଶ ରଞ୍ଜନ ନାୟକ, ମାନସିକ ରୋଗୀ ଡ଼. ପ୍ରବୀନ କୁମାର ସାହୁ, ନିବେଦିତା ସାହୁ, ଆରାଧନା ବେହେରୁକ ବିଭୁଦତ୍ତା ମିଶ୍ର, ଲକ୍ଷ୍ୟପତି ପୁଝାରୀ, ଅପୂର୍ବ ସତନାମୀ ପ୍ରମୁଖ ଆସି ଦିବ୍ୟାଙ୍ଗ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର, ସାମାଜିକ ମଙ୍ଗଳ ଅଧିକାରୀ ପଙ୍କଜ ବଳିୟାର ସିଂହ, ବଜାର ନିରୀକ୍ଷକ ଦିଲିପ କୁମାର ନାୟକ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ଛାତ୍ରଛାତ୍ରୀ ସମେତ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.