ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ତରଫରୁ ଭବାନୀପାଟଣା ନକଟିଗୁଡା ସ୍ଥିତ ଆମ୍ବେଦକର ଭବନଠାରେ ୭୫ତମ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଫେଡେରେସନର ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ, ଉପଦେଷ୍ଟା ଏସ. ସୁଜାତା, ଫେଡରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, କାର୍ଯ୍ୟକାରୀ ସଭାପତି ଋଷିସୁଦନ ଛତ୍ରପାଲ, ଉପସଭାପତି ମୁନିଆ ସିପକା, ଓମପ୍ରକାଶ ଛତ୍ରିଆ, ମହାସଚିବ ସୂର୍ଯ୍ୟ ନାରାୟଣ କୁମାର ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ଅତିଥିମାନେ ବିଶ୍ବରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରଣୀତ ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ଦେଶର ଗାରିମାକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଯୋଜନା ସଂଯୋଜକ ବିଭୀଷଣ ନାଏକ ସଭା ପରିଚାଳନା କରିଥିବାବେଳେ ମହାସଚିବ ଶ୍ରୀ କୁମାର ଧନ୍ୟବାଦ ଦେଇଥିଲେ। ଏଥିରେ ଫେଡେରେସନର ବରିଷ୍ଠ ଉପଦେଷ୍ଟା ସଦସ୍ୟ ରାମ କୁମାର ନାଏକ, ଗଜମନ ନାଏକ, ଯୋଗେଶ୍ବର ସାଗର, ତ୍ରିନାଥ ନାଏକ, ଯୋଜନା ସଂଯୋଜକ ବିଭୀଷଣ ନାଏକ, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ, ଯୁବ ବିଭାଗ ସଭାପତି ଚନ୍ଦନ ନାଏକ, ନିପାନ କୁଳଦୀପ, ବିରଞ୍ଚି ମହାନନ୍ଦଙ୍କ ସହିତ ଜିଲ୍ଲାର ୧୩ ଗୋଟି ବ୍ଲକ, ତିନୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ଗୋଟିଏ ମୁନିସିପାଲିଟି ଅଞ୍ଚଳରୁ ଫେଡେରେସନର ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମକର୍ତ୍ତା ସାମିଲ ଦେଇଥିଲେ।