ଗଙ୍ଗାଧରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଓ ଭୁଲିଆ ମହାସଭା ଉଦଯାପିତ

ସମର୍ପିତ ଭାବ ଜାତିକୁ ଶ୍ରେଷ୍ଠତ୍ୱ ଆଣିଦେବ 

ଓଡ଼ିଆ ବାର୍ତ୍ତା/ ସିନାପାଲି/ ବରପାଲି (ରମେଶ ମେହେର): ୫ ଦିନ ଧରି କବିତୀର୍ଥ ବରପାଲି ଠାରେ ଆୟୋଜିତ ହେଉଥିବା ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ତଥା ଭୁଲିଆ ସମାଜ ସଂଗଠନର ଶତାଦ୍ଦୀ ପୂରଣ ସମାରୋହ ଉଦଯାପିତ ହୋଇଛି। ପ୍ରଥମ ଦିବସରେ ଏକ ଭବ୍ଯ ଶୋଭାଯାତ୍ରା ମାଧ୍ଯମରେ ଗଙ୍ଗାଧର ଜ୍ଯୋତିକୁ ଅଣାଯାଇ ସଭାସ୍ଥଳରେ ସ୍ଥାପନ କରାଯାଇଥିଲା।

Omkar Vasthu
Omkar Vasthu

ଦ୍ୱିତୀୟ ଦିନ ଉପମୁଖ୍ଯମଂତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ସମାରୋହକୁ ଉଦଘାଟନ କରିଥିଲେ। ସମାଜର ରାଜ୍ଯ ସଭାପତି ବୈଶମ୍ପାୟନ ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସମାବେଶରେ ବିଧାୟକ ସନତ ଗଡ଼ତିଆ, ଅଶ୍ୱିନୀ ଷଡ଼ଙ୍ଗୀ, ନିହାର ରଞ୍ଜନ ମହାନନ୍ଦ, ପୂର୍ବମଂତ୍ରୀ ହିମାଂଶୁ ଶେଖର ମେହେର, ବାଗ୍ମୀ କୃଷ୍ଣ କେଶବ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଥିଲେ। ସେହିଭଳି ସମାରୋହର ବିଭିନ୍ନ ଦିବସରେ ଅନୁଷ୍ଠିତ ସାହିତ୍ଯ ଆଲୋଚନା, ବୁଣାକାର ସମ୍ମିଳନୀ, ଯୁବ ସମାବେଶ, ଭୁଲିଆ ମହାସଭା ଆଦିରେ ସୁରେଂଦ୍ର ମୋହନ ମେହେର, ଡ.ସୁବାସ ମେହେର, ମହେଂଦ୍ର ମେହେର, ଜୟଦେବ ମେହେର, ରାମକୄଷ୍ଣ ମେହେର, ଅଯୋଧ୍ଯା ମେହେର, ଶୁକମୁନି ମେହେର, ଶକ୍ତି ପ୍ରସାଦ ମେହେର, ଅଶୋକ ମେହେର, ବୈଷ୍ଣବ ମେହେର, ହେମନ୍ତ ମେହେର, ପ୍ରକାଶ ମେହେର, ପ୍ରଶାନ୍ତ ମେହେର ପ୍ରମୁଖ ଉଦବୋଧନ ଦେଇଥିଲେ। ଅସୁହା ଭାବ ଓ ଆତ୍ମବଡ଼ିମାକୁ ପରିତ୍ଯାଗ କରି ପରସ୍ପର ମଧ୍ଯରେ ସହଯୋଗ ମନୋବୃତ୍ତି ରଖି ସମାଜ ପ୍ରତି ସମର୍ପିତ ହେଲେ ଭୁଲିଆ ଜାତି ଖୁବ ଶୀଘ୍ର ଶ୍ରେଷ୍ଠତ୍ୱ ହାସଲ କରିବ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିସହ ନିଖିଳ ଓଡ଼ିଶା ଭୁଲିଆ ସମାଜର ନୂତନ କମିଟି ଗଠନ କରାଯାଇଥିବା ବେଳେ ସଭାପତି ଭାବରେ ବୈଶମ୍ପାୟନ ମେହେର, କାର୍ଯ୍ଯକାରୀ ସଭାପତି ସୁରେଂଦ୍ର ମୋହନ ମେହେର, ସଂପାଦକ ସୁବାସ ମେହେର, ସଂଗଠନ ସଂପାଦକ ପ୍ରଫୁଲ୍ଲ ମେହେର, କୋଷାଧ୍ଯକ୍ଷ ଶିବପ୍ରସାଦ ମେହେର ସମେତ ସମାଜର ୧୪ଟି ଜୋନ ପାଇଁ ସାତଜଣ ଉପସଭାପତି ଓ ସାତଜଣ ସହସଂପାଦକ ଚୟନ କରାଯାଇଥିଲା। ଏହି ଅବସରରେ ଭୁଲିଆ ଜାତି ଅସ୍ମିତା ଆଧାରିତ ଏକ ସ୍ମରଣୀକା “ମେହେର ଶତାଦ୍ଦୀ ସୌରଭ” କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ବିଭିନ୍ନ ଦିଗରେ ପ୍ରତିଷ୍ଠିତ ବ୍ଯକ୍ତିଙ୍କୁ ଏ ଅବସରରେ ସମ୍ୱର୍ଦ୍ଧିତ କରାଯାଇଥିଲା। ପ୍ରତ୍ଯେକ ସଂଧ୍ଯାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ ହୋଇଥିଲା। ଉଦଯାପନୀ ଦିବସରେ ଭୁଲିଆ ସମାଜର ପରମ୍ପରା ଆଧାରିତ ଏକ ବିରାଟ ଶୋଭାଯାତ୍ରା ମୁଖ୍ଯ ଆକର୍ଷଣ ଥିଲା। କାର୍ଯ୍ଯକ୍ରମରେ ରାଜ୍ଯ ତଥା ରାଜ୍ଯ ବାହାରୁ ହଜାର ହଜାର ଗଙ୍ଗାଧର ପ୍ରେମୀ ଓ ଭୁଲିଆ ସମାଜର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.