ବଲାଙ୍ଗିର ବିଏସ ଫିଟନେସର ପ୍ରଥମ ବାର୍ଷିକଉତ୍ସବ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗିର ବିଏସ ଫିଟନେସର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ବିଏସ ଫିଟନେସ ପରିସରରେ ଅତି ଆନନ୍ଦ ଉତ୍ସବରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ବିଏସ ଫିଟନେସର ନିର୍ଦେଶିକା ସୁଶ୍ରୀ ସ୍ଵାତିରାଣୀ ପଟ୍ଟନାୟକ ସଭାପତିତ୍ୱ କରିବା ସହ ବଲାଙ୍ଗିର ସହରର ଏକ ମାତ୍ର ନିର୍ଭରଶୀଳ ଓ ସୁରକ୍ଷିତ ମହିଳା ଜିମ ବିଏସ ଫିଟନେସ ମହିଳା ତଥା ଯୁବତୀ ମାନଙ୍କ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ବିଶେଷ ପ୍ରୟାସ କରିଥାଏ ଏବଂ ଏଥିପାଇଁ ଏଠାରେ କିଶୋରୀ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ବ୍ୟାୟାମ, ଜୁମ୍ବା, ଏରୋବିକ ତଥା ଯୋଗାଭ୍ୟାସ କରିଥାନ୍ତି ବୋଲି ପ୍ରକାଶ କରିଥିଲେ। ସଭାକୁ ବୁଲବୁଲ ଅଗ୍ରୱାଲ ଓ କ୍ରିଷ୍ଣା ଭଟ୍ଟାଚାର୍ଯ୍ୟ ସଂଯୋଜନା କରିଥିଲେ। ପୌରାଧ୍ୟକ୍ଷା ଲିକା ସାହୁ ବିଏସ ଫିଟନେସର ପ୍ରୟାସକୁ ଭୁୟସୀ ପ୍ରଂଶସା କରିବା ସହ ଏହାର ସ୍ଵାତିଧିକାରୀ ସ୍ଵାତି ପଟ୍ଟନାୟକ ଜଣେ ଜାତୀୟ ସ୍ତରୀୟ ମହିଳା କ୍ରିକେଟ ତାରକା ଏହି ଅନୁଷ୍ଠାନକୁ ସୁଚାରୁରୂପେ ପରିଚାଳନା କରୁଥିବାରୁ ତାଙ୍କୁ ସାଧୁବାଦ ଜଣାଇଥିଲେ। ଗରିବ ସ୍ତରୀୟ ମହିଳା ମାନଙ୍କୁ ବିନା ଶୁଳ୍କ ରେ ଯୋଗାଭ୍ୟାସ ଓ ଶାରୀରିକ ବ୍ୟାୟାମ ଯୋଗାଇଦେବାଜୁ ନିର୍ଦେଶିକା ସ୍ଵାତି ପଟ୍ଟନାୟକ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ସଭ୍ୟା ଯୋଗଦାନ କରିଥିଲେ। ମହିଳା ସଭ୍ୟାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.