କାଳୀକୃଷ୍ଣ ସଂଘର ସଂକଳ୍ପ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କାଳୀକୃଷ୍ଣ ସଂଘ ପକ୍ଷରୁ ପ୍ରତିବର୍ଷ ଜାନୁଆରୀ ପହିଳାକୁ ସଂକଳ୍ପ ଦିବସ ଭାବରେ ପାଳନ କରି ବିଭିନ୍ନ ପ୍ରକାରର ସଚେତନତା ଉଦ୍ଦେଶ୍ୟରେ ସଂକଳ୍ପ କରି ବର୍ଷ ତମାମ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥାଏ। ଏହି ଅବସରରେ ବୁଧବାର କୋକସରା ବ୍ଲକ ଆମପାଣି ଜଗନ୍ନାଥ ମନ୍ଦିର ଠାରୁ ବୁଢାରଜା ମନ୍ଦିର ପର୍ଯ୍ୟନ୍ତ ନିଶାମୁକ୍ତ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ପରିଚାଳକ ଆଧ୍ୟାତ୍ମିକ ଗବେଷକ ଶ୍ରୀଜଗଦାନନ୍ଦଜୀଙ୍କ ସମେତ କର୍ମକର୍ତ୍ତା ଓ ଭାଇ ଭଉଣୀମାନେ ସାମିଲ ହୋଇ ବିଭିନ୍ନ ନାରାଦେଇ ଥିଲେ।

Omkar Vasthu
Omkar Vasthu

ପରେ ବଡପୋଡାଗୁଡା ପଞ୍ଚାୟତ ଅନ୍ତର୍ଗତ ବାବେକୋହରା ଖେଳପଡିଆ ଠାରେ ସଂକଳ୍ପ ଦିବସ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀ, କାଳୀକୃଷ୍ଣ ସଂଘ ପ୍ରମୁଖ ଜଗଦାନନ୍ଦଜୀ, ବେଦବ୍ରହ୍ମା ସରୋଜାନନ୍ଦଜୀ, ସଭାପତି ସଂଜୟ କୁମାର ପଣ୍ଡା ମଞ୍ଚାସୀନ ଥିଲେ। ନିରନ୍ତର ସେବାପାଇଁ ସର୍ବାନନ୍ଦ, ଦେବାନନ୍ଦ, ଗଣେଷ ରାମ ଅଗସ୍ତି, ଅରୁଣ କୁମାର ମହାନ୍ତି ଓ ଅମୀତା ମିଶ୍ରଙ୍କୁ ଜଗଦାନନ୍ଦଜୀ ସେବାପତ୍ର ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ବ୍ଳକର ସାନପୋଡାଗୁଡାଠାରେ କାଳୀକୃଷ୍ଣ ସଂଘର ୪୨ତମ ବାର୍ଷିକ ଉତ୍ସବ ତଥା ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞ ଦୁଇ ଦିନ ଧରି ୨୮ ମାର୍ଚ୍ଚ ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ହେବ ବୋଲି ଘୋଷଣା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କ୍ରିୟାନନ୍ଦ, ପ୍ରିୟାନନ୍ଦ, ମାଧବାନନ୍ଦ, ମୁକୁନ୍ଦାନନ୍ଦ, ଲକ୍ଷ୍ମୀକାନ୍ତ ଖମାରୀ, ଜିତେନ୍ଦ୍ର କୁମାର ପଣ୍ଡା, ତନୁକଲାଲ ନାଗ, ନବୀନ ରାଉତ, ତପନ ନାଏକ,ଳ, ଅଚ୍ୟୁତ ଭଏସାଲ, ଦିଲ୍ଲୀପ ଠାକୁର, ଭୁବନେଶ୍ୱର ନାଏକ, ନିତ୍ୟାନନ୍ଦ ଧଙ୍ଗଡାମାଝୀ, ଗୈାରାଙ୍ଗ ପୁଝାରୀ, ଗଜିନ୍ଦ୍ର ଭଏସାଲ, ବସନ୍ତ ଦାଶ, ବିଶ୍ବ ନାଥ ଗଉଡ, ଝସ କେଶରୀ ନାଏକ, ଦୁର୍ବଳ ଧଙ୍ଗଡାମାଝୀ ସମେତ କାଳୀକୃଷ୍ଣ ବାହିନୀ, ପ୍ରଜ୍ଞା ବାହିନୀ, ମିଡିଆ ସେଲ ସହଯୋଗ କରିଥିବାବେଳେ ବାବାକୋହରା ଶାଖା ସଂଘ କାର୍ଯ୍ୟକ୍ରମ ଆୟୋଜନରେ ସଂପୂର୍ଣ୍ଣ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି , ନବରଙ୍ଗପୁର, କୋରାପୁଟ ଜିଲ୍ଲାରୁ କାଳୀକୃଷ୍ଣ ସଂଘର ଭାଇ ଓ ଭଉଣୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.