କୁମଖାଲ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୫ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର କୁମଖାଲ ଠାରେ ଶନିବାର ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅନୁଷ୍ଠିତ ହୋଇଯାଇଛି। କୁମଖାଲ ସରପଞ୍ଚ ସାନ୍ଦରୁ ମାଝୀଙ୍କ ନେତୃତ୍ୱରେ ଗ୍ରାମର ଧରଣୀ ପୀଠରୁ ମଶାଲ ମଞ୍ଚରେ ସ୍ଥାପିତ ହୋଇଥିଲା। ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ କୁମଖାଲ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ସଙ୍ଗୀତ, ବକ୍ତୃତା, ଚିତ୍ରାଙ୍କନ, ପୁଚି ପ୍ରଭୃତି ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ପଞ୍ଚାୟତ ଅଞ୍ଚଳ ମହିଳା ମାନଙ୍କ ମଧ୍ୟରେ ଝୋଟି, ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

କୁମଖାଲ ସରପଞ୍ଚ ସାନ୍ଧରୁ ମାଝୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ଜୋନ ୧ ଜିଲ୍ଲାପରିଷଦ ସଦସ୍ୟା ଅଞ୍ଚଳୀ ମାଝୀ, ସମ୍ମାନୀତ ଅତିଥି ଭାବରେ ନାଏବ ସରପଞ୍ଚ କାଳିମତି ବେନିଆ, କୁମଖାଲ ୱାର୍ଡ଼ ସଭ୍ୟ ଛବି ଘଡେ଼ଇ, ଗୈାତିଆ ମୋହନ ଦଣ୍ଡସେନା, ସାମ୍ବାଦିକ ସନ୍ତୋଷ କୁମାର ତୁଳ, ନିଲେଶ କୁମାର ନାଗ, ଏଡିଓ ବ୍ରାହ୍ମା ଦୁରିଆ, ବିଏଫଟି ଭକ୍ତ ବାଗ, ଯୋଗାଣ ସହାୟକ ମିଲନ ମିଶ୍ର, ସମାଜସେବୀ ବିରଞ୍ଚି ବେନିଆ, ପୁର୍ଣ୍ଣଚନ୍ଦ୍ର ବେହେରା, ଗୋବିନ୍ଦ ବେହେରା, ଗ୍ରାମ ପୂଜକ ସନାତନ ଦଣ୍ଡସେନା ଓ ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା ମଞ୍ଚାସୀନ ଥିଲେ। କୁମଖାଲ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମୋହନ ଚରଣ ହରିଜନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ନବିନ କିଶୋର ଭୋଇ ମଞ୍ଚ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କାର୍ଯ୍ୟକ୍ରମ ପରିଚାଳନାରେ ଦୈତାରୀ ବେନିଆ, ସୁରେଶ ହରପାଳ, ଟଙ୍କଧର ହରିଜନ, କାହ୍ନୁ ହରିଜନ,ରଥ ଡମ୍ବବିଶି, ଡମ୍ବରୁଧର ହରିଜନ, ଇଶ୍ଵର ମାଝୀ,ବିଶିକେଶନ ହରପାଳଙ୍କ ସମେତ ଆଶା, ଅଙ୍ଗନୱାଡି କର୍ମୀ, ବିଦ୍ୟାଳୟର ଶିକ୍ଷକ ବୃନ୍ଦ, ଗ୍ରାମ ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆକର୍ଷଣୀୟ ହୋଇଉଠିଥିଲା ପରିବେଶ। କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.