ସ୍ଵର୍ଗତ ଗୋବିନ୍ଦରାମ କେଡିଆଙ୍କ ପାଇଁ ନର୍ଲାରୋଡରେ ସ୍ମୃତି ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗୀଗୁଡା ଗ୍ରାମ ପଞ୍ଚାୟତର ନର୍ଲାରୋଡର ଉଦ୍ୟୋଗପତି ତଥା ଧର୍ମପରାୟଣ ବ୍ୟକ୍ତି ସ୍ଵର୍ଗତ ଗୋବିନ୍ଦରାମ କେଡ଼ିଆଙ୍କ ପାଇଁ ନର୍ଲାରୋଡ ଦୁର୍ଗା ମନ୍ଦିର ପରିସରରେ ସ୍ଵର୍ଗତ କେଡ଼ିଆ ଙ୍କ ପୁତୁରା ଦୀନ ଦୟାଲ କେଡିଆଙ୍କ ଅଧ୍ୟକ୍ଷତାରେ ସ୍ମୁତି ସଭାର ଆୟୋଜନ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ନର୍ଲା ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷଚନ୍ଦ୍ର ଚାନ୍ଦ, ସମ୍ମାନୀତ ଅତିଥି ଭାବରେ ଜହରଲାଲ ବିଶ୍ଵାଳ, ନନ୍ଦ କିଶୋର ଜେନା, ହରିଶ୍ଚନ୍ଦ୍ର ବୁଦ୍ଧିଆ, ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ପରିଡ଼ା, ରୁପ୍ରାରୋଡର ବିଶିଷ୍ଟ ଆଇନଜୀବ ସୁବାଷ ଅଗ୍ରୱାଲ, ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତିର ସଭାପତି ଯୁବନେତା ପ୍ରଦୀପ କୁମାର ନାଏକ ପ୍ରମୁଖ ମଞ୍ଚାସୀନ ରହି ସ୍ଵର୍ଗତ କେଡିଆଙ୍କ ସ୍ମୃତି ଚାରଣ କରିଥିଲେ। ପ୍ରଥମେ ଅତିଥି ବୃନ୍ଦ ସ୍ଵର୍ଗତ କେଡିଆଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ଏହାପରେ ସଭାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସ୍ମୃତି ସଭା ଆରମ୍ଭ ହୋଇଥିଲା। ସ୍ଵର୍ଗତ କେଡିଆଙ୍କ ସୁପୁତ୍ର ବିମଳ କୁମାର କେଡିଆ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ସଂସ୍କାର ଭାରତୀର ବରିଷ୍ଠ ସଦସ୍ୟ ପ୍ରମୋଦ ପରିଡ଼ା, ପ୍ରସନ୍ନ ଗୌଡ, ପ୍ରଦୀପ କୁମାର ନାଏକ ପ୍ରମୁଖ ସଙ୍ଗୀତ ପରିବେଷଣ କରିବା ସହିତ ଗୀତା ପାଠ କରିଥିଲେ।

ଶିକ୍ଷାବିତ୍ତ ତପନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିଲେ। ଭାଗବତିଆ କବି, ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ରାଉତ ଭାଗବତ ଛନ୍ଦରେ କବିତା ଆବୃତ୍ତି କରି ସ୍ମୁତି ଚାରଣ କରିଥିଲେ। ଉପସ୍ଥିତ ଜନସାଧାରଣ ମଧ୍ଯ ସ୍ଵତଃ ପ୍ରବୃତ୍ତ ଭାବରେ ମଞ୍ଚକୁ ଆସି ଭାବ ବିହ୍ବଳ ହୋଇ ସ୍ମୁତି ଚାରଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଦୀପ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.