ଧନଶୁଳୀରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’-୨୦୨୫ ପାଳିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଧନଶୁଳୀ ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଅଛି।

ଧନଶୁଳୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ କୈଳାସ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜୟପାଟଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ କିରାଣୀ ଭୋଲେଶ୍ବର ନାଏକ, ସମ୍ମାନୀତ ଅତିଥି ଭାବରେ ନେତାଜୀ କ୍ଳବ୍ ସଭାପତି ରଶ୍ମି ରଞ୍ଜନ ସାହୁ, ତଥା ନେତାଜୀ କ୍ଳବ୍ ସମସ୍ତ ସଦସ୍ୟ, ପୂର୍ବତନ ସରପଞ୍ଚ ଲକ୍ଷ୍ମଣ ମାଝୀ, ସମିତି ସଭ୍ୟା ଜାନକୀ ମାଝୀ, ସମାଜସେବୀ ଡମ୍ବରୁଧର ବେହେରା, ଅବସରପ୍ରାପ୍ତ ଶିକ୍ଷକ ଧନୁର୍ଜୟ ବେହେରା ଗ୍ରାମ ପଞ୍ଚାୟତ ର ୱାର୍ଡ ସଭ୍ୟ ସଭ୍ୟା ମଞ୍ଚାସୀନ ରହିଥିଲେ। ସକାଳୁ ଧନଶୁଳୀ ମାଁ ତାରିଣୀ ମନ୍ଦିର ଠାରୁ ମଶାଳ ଶୋଭାଯାତ୍ରା ବାହାରି ଗ୍ରାମ ପଞ୍ଚାୟତ ପରିସରରେ ଥିବା ମଞ୍ଚ ପାଖକୁ ଅଣାଯାଇଥିଲା ସେଠାରେ ମଶାଳ କୁ ଭବ୍ୟ ସ୍ବାଗତ କରାଯାଇଥିଲା।

ପରେ ମାଶାଳ କୁ ପୂଜାର୍ଚ୍ଚନା କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗୀତା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଖେଲ ସଙ୍ଗୀତ, ବକ୍ତୃତା,ନାଚ ପ୍ରତିଯୋଗିତା କରାଯାଇଥିବା ବେଳେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାଦ୍ରି ମେହେର ଉତ୍ସବ ଟିକୁ ପରିଚାଳନା କରିଥିବା ବେଳେ ଗ୍ରାମ ରୋଜଗାର ସେବକ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.