ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ବଲାଙ୍ଗିର ସହର ବିଶାଲ ମେଗା ମାର୍ଟ ସମ୍ମୁଖରେ ସଡ଼କ ଦୁର୍ଘଟଣା। ଟ୍ରକ୍ ଚାପାରେ ଜଣେ ମୃତ ଦୁଇ ଗୁରୁତର। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ ଟା ସମୟରେ ଏଭଳି ଏକ ସଡ଼କ ଦୁର୍ଘଟଣା ଘଟିଛି । ମୃତ ଯୁବତୀ ଜଣଙ୍କ ନାମ ମମତା ବୋଲି ଜଣାପଡିଛି । ଗୁରୁତର ମାନେ ହେଲେ ସନ୍ତୋଷ ବଗର୍ତ୍ତୀ ଓ ପୁଷ୍ପଲୟା ବଗର୍ତ୍ତୀ । ସେମାନେ ମେହେରମୁଣ୍ଡାର ହୋଇଥିବା ବେଳେ ବଲାଙ୍ଗିର ସହର କାରଗିଲ ନଗରରେ ଭଡା ଘରେ ରହୁଛନ୍ତି । ମେହେରମୁଣ୍ଡାର ଗ୍ରାମର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ତିନିଜଣ ମିଶି ପୁଇଁତଲା କୁ ଅପେରା ଦେଖିବାକୁ ଯାଇଥିଲେ । ଅପେରା ଦେଖି ଫେରୁଥିବା ବେଳେ ରାତି ପ୍ରାୟ ୧ ଟା ସମୟରେ ବିଶାଲ ମେଗା ମାର୍ଟ ସମ୍ମୁଖରେ ଥିବା ଟର୍ଣିଂ ପଏଣ୍ଟ ରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କାଦେଇ ଫେରାର ମାରିଥିଲା । ଫଳରେ ଘଟଣାସ୍ଥଳରେ ମମତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଟାଉନ୍ ପୁଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଚିକିତ୍ସା ପାଇଁ ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।





