ଯାତ୍ରା ଦେଖିବା ହେଲା କାଳ: ଜଣେ ମୃତ, ଦୁଇ ଗୁରୁତର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ବଲାଙ୍ଗିର ସହର ବିଶାଲ ମେଗା ମାର୍ଟ ସମ୍ମୁଖରେ ସଡ଼କ ଦୁର୍ଘଟଣା। ଟ୍ରକ୍ ଚାପାରେ ଜଣେ ମୃତ ଦୁଇ ଗୁରୁତର। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ ଟା ସମୟରେ ଏଭଳି ଏକ ସଡ଼କ ଦୁର୍ଘଟଣା ଘଟିଛି । ମୃତ ଯୁବତୀ ଜଣଙ୍କ ନାମ ମମତା ବୋଲି ଜଣାପଡିଛି । ଗୁରୁତର ମାନେ ହେଲେ ସନ୍ତୋଷ ବଗର୍ତ୍ତୀ ଓ ପୁଷ୍ପଲୟା ବଗର୍ତ୍ତୀ । ସେମାନେ ମେହେରମୁଣ୍ଡାର ହୋଇଥିବା ବେଳେ ବଲାଙ୍ଗିର ସହର କାରଗିଲ ନଗରରେ ଭଡା ଘରେ ରହୁଛନ୍ତି । ମେହେରମୁଣ୍ଡାର ଗ୍ରାମର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ତିନିଜଣ ମିଶି ପୁଇଁତଲା କୁ ଅପେରା ଦେଖିବାକୁ ଯାଇଥିଲେ । ଅପେରା ଦେଖି ଫେରୁଥିବା ବେଳେ ରାତି ପ୍ରାୟ ୧ ଟା ସମୟରେ ବିଶାଲ ମେଗା ମାର୍ଟ ସମ୍ମୁଖରେ ଥିବା ଟର୍ଣିଂ ପଏଣ୍ଟ ରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କାଦେଇ ଫେରାର ମାରିଥିଲା । ଫଳରେ ଘଟଣାସ୍ଥଳରେ ମମତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଟାଉନ୍ ପୁଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଚିକିତ୍ସା ପାଇଁ ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.