ବଂଶୀବଟ ସାହିତ୍ୟ ଗୁରୁ ଗୈାରବ ସମ୍ମାନରେ ସମ୍ମାନୀତ ହେଲେ ଜଗଦାନନ୍ଦଜୀ

ଓଡ଼ିଆ ବାର୍ତ୍ତା/ ଜୟପୁର: ବଂଶୀବଟ ମାନସ ସେବା ଆଶ୍ରମ ତରଫରୁ ପ୍ରକାଶିତ “ବଂଶୀବଟ” ତ୍ରୈମାସିକ ଆଧ୍ୟାତ୍ମିକ ପତ୍ରିକାର ୧୯ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସାହିତ୍ୟ ସମାରୋହ ଏବଂ ଆଲୋଚନା ଚକ୍ର” ଓଡିଆ ଆଧ୍ୟାତ୍ମିକ ପରମ୍ପରାରେ ଶ୍ରୀ ଜଗନ୍ନାଥ” ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବାର୍ଷିକ ଉତ୍ସବରେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ଗବେଷଣା ,କାଳୀକୃଷ୍ଣ ସଂଘ ପରିଚାଳକ ରହି ନିରନ୍ତର ସାମାଜିକ ଓ ଆଧ୍ୟାତ୍ମିକ ସେବା, ଜଣେ ଲେଖକ,‌ କଥାବାଚକ ଭାବରେ ଗୁରୁ ପରମ୍ପରାର ମହନୀୟତାକୁ ବଞ୍ଚାଇ ରଖିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଜଗଦାନନ୍ଦଜୀଙ୍କୁ “ବଂଶୀବଟ ସାହିତ୍ୟ ଗୁରୁ ଗୈାରବ” ସମ୍ମାନରେ ସମ୍ମାନୀତ କରିଛନ୍ତି। ଅନୁଷ୍ଠିତ ଆଲୋଚନା ଚକ୍ରରେ ଭାଗନେଇ ଜଗଦାନନ୍ଦଜୀ କହିଥିଲେ -“ଓଡିଆ ଆଧ୍ୟାତ୍ମିକତାର ପ୍ରତିଟି ମନ୍ତ୍ରରେ ଜଗନ୍ନାଥ, ପ୍ରତିଟି ତନ୍ତ୍ରରେ ଜଗନ୍ନାଥ, ତାରଣରେ ଜଗନ୍ନାଥ, ମାରଣ, ବଶିକରଣ, ସ୍ତମ୍ଭନ, ଉଚ୍ଚାଟନ, ମୋହନ, ବିଦ୍ଵୈଷଣ, ଆକର୍ଷଣ ଓ ଜୀବନ ଯାତ୍ରାରେ ଜଗନ୍ନାଥ”। ସଭାପତି ଏ ସନ୍ୟାସୀ ରାଓଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଉଦଘାଟକ ଭାବେ ମହନ୍ତ ଡ. ହରିହର ଦାସ, ଅଧ୍ୟକ୍ଷ ରାମଧୀନ ସଂସ୍କୃତ ମହାବିଦ୍ୟାଳୟ, ବ୍ରହ୍ମପୁର, ବିଶିଷ୍ଟ ଅତିଥି ଭାବେ ଜଗଦାନନ୍ଦଜୀ, ଜଗନ୍ନାଥ ସଂସ୍କୃତି ଗବେଷକ, ଲେଖକ, ଆଧ୍ୟାତ୍ମିକ ପ୍ରବକ୍ତା, ପରିଚାଳକ କାଳୀକୃଷ୍ଣ ସଂଘ, ଜୟପୁର, ମୁଖ୍ୟ ଅତିଥି ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ବିଶିଷ୍ଟ ଭାଗବତକାର ଓ ସମୀକ୍ଷକ କଟକ, ମୁଖ୍ୟ ବକ୍ତା ସୁଶ୍ରୀ ରଞ୍ଜିତା ପ୍ରିୟଭାଷିଣୀ,ପ୍ରବାଚିକା, ଅଧ୍ୟକ୍ଷା,ବଂଶୀବଟ ମାନସ ସେବା ସମିତି,ନିତ୍ୟ ଆନନ୍ଦ ଆଶ୍ରମ,ପୁରୀ, ସମ୍ମାନିତ ଅତିଥି ଶଶାଙ୍କ କୁମାର ପଣ୍ଡା ,ପ୍ରଧାନ ଶିକ୍ଷକ କେସି ହାଇସ୍କୁଲ, ବ୍ରହ୍ମପୁର ମଞ୍ଚାସୀନ ଥିଲେ। ମଞ୍ଚ ସଞ୍ଚାଳନ କରିଥିଲେ ଜ୍ୟୋତିର୍ବିଦ ଡ଼.‌ଅନ୍ନଦା ତ୍ରିପାଠୀ ଓ ସଂଗଠନ ସଂପାଦକ ବିଜୟ କୁମାର ପାଢ଼ୀ କୃତଜ୍ଞତା ଜ୍ଞାପନ କରିଥିଲେ। ବୃନ୍ଦାବନ ସାହୁ, ପ୍ରଫୁଲ୍ଲ କୁମାର ପାତ୍ର, କାଳୀକୃଷ୍ଣ ସଂଘର ଶ୍ରୀ ଗିରିଜାନନ୍ଦନ, ଶ୍ରୀ ମାଧବାନନ୍ଦ, ଶ୍ରୀ ଲକ୍ଷ୍ମୀକାନ୍ତ ଖମାରୀ, ଶ୍ରୀ ଗଣେଷ ଗୈାଡ ଉପସ୍ଥିତ ଥିଲେ। ଶ୍ରୀ ଜଗଦାନନ୍ଦଜୀଙ୍କ ସହିତ ପଣ୍ଡିତ ପଦ୍ମନାଭ ତ୍ରିପାଠୀ (କଟକ), ଚାରଣ ବସନ୍ତ କୁମାର ପଣ୍ଡା (ନୟାଗଡ଼), ଶ୍ରୀମତୀ ସ୍ଵର୍ଣ୍ଣଲତା ମହାପାତ୍ର (ଭୁବନେଶ୍ୱର), ଜ୍ୟୋତିର୍ବିଦ ଡ଼. ଅନ୍ନାଦା ତ୍ରିପାଠୀ(ଗଞ୍ଜାମ), ଶ୍ରୀ ରଂଜନ କୁମାର ସାହୁ (ଗଞ୍ଜାମ), ଶ୍ରୀ ଚିତ୍ତ ରଂଜନ ପଣ୍ଡା (ସାଲେପୁର, କଟକ) ମଧ୍ୟ ବିଭିନ୍ନ ପ୍ରକାରର ସମ୍ମାନରେ ସମ୍ମାନୀତ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.