ଆଜିଠୁ ଆରମ୍ଭ ହେବ ସୁବର୍ଣ୍ଣ ଲୋକ ମହୋତ୍ସବ–୨୦୨୫

ଉଦଘାଟନ କରିବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଠାରୁ ସ୍ଥାନୀୟ ରାମେଶ୍ଵର ଷ୍ଟାଡିୟମରେ ଅନୁଷ୍ଠିତ ହେବ ୩୧ତମ ସୁବର୍ଣ୍ଣ ଲୋକ ମହୋତ୍ସବ- ୨୦୨୫ । ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଅନ୍ୟା ଦାସ ସମସ୍ତ ସୂଚନା ପ୍ରଦାନ କରିଛନ୍ତି ।

Omkar Vasthu
Omkar Vasthu

 

ଚଳିତ ବର୍ଷ ସୁବର୍ଣ୍ଣପୁର ଲୋକ ମହୋତ୍ସବକୁ ରଙ୍ଗା ରଙ୍ଗ ଓ ଖୁବ୍ ଆକର୍ଷଣୀୟ ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଉତ୍ସାହ ର ସହ ଲାଗିପଡ଼ିଛି। ସୁବର୍ଣ୍ଣପୁର ର କଳା, ସଂସ୍କୃତି, ପର୍ଯ୍ୟଟନ, ଐତିହ୍ୟ ଓ ବିକାଶ ଧାରାର ବାର୍ତାବହ ୩୧ତମ ସୁବର୍ଣ୍ଣ ଲୋକ ମହୋତ୍ସବ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଏବଂ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସୋମବାର ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଧୁମଧାମ ରେ ପାଳନ ହେବ । ଚଳିତ ବର୍ଷ ଜିଲ୍ଲା ତଥା ରାଜ୍ୟ ବାହାରର ୩୪ଟି ସାଂସ୍କୃତିକ ଦଳର ୬୦୦ ରୁ ଉର୍ଦ୍ଧ୍ବ କଳାକାରଙ୍କ ସହ ଅସୀମା ପଣ୍ଡା ଓ ଅନ୍ୟାନ୍ୟ ପ୍ରସିଦ୍ଧ କଣ୍ଠଶିଳ୍ପୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ରେ ଚଳିତ ଥର ୨୪୨ଟି ଷ୍ଟଲ ଖୋଲା ଯାଇଛି। ଉକ୍ତ ଷ୍ଟଲ ଗୁଡିକରେ ଅଂଚଳ ତଥା ବାହର ଅଂଚଳର ବିଭିନ୍ନ ସାମଗ୍ରୀ ବିକ୍ରି କରାଯିବ । ସେହିପରି ଜିଲ୍ଲା ଉନ୍ନୟନ ପ୍ରଦର୍ଶନି ଷ୍ଟଲ୍ କୁ ମଧ୍ୟ ଆକର୍ଷଣ ସହ ସମସ୍ତ ସୁବିଧା କରା ଯାଇଛି। ଆସନ୍ତା ୭ ତାରିଖ ଦିନ ଓଡିଆ ସାହିତ୍ୟ ଓ ସୁବର୍ଣ୍ଣପୁର, ୮ ତାରିଖ ରେ (ସଂସ୍କୃତି ଓ ସାମାଜିକ ପ୍ରଗତି) ଏବଂ ୯ ତାରିଖ ଦିନ (ନୂତନ ଶିକ୍ଷା ନୀତି ଓ ଉଚ୍ଚ ଶିକ୍ଷା) ବିଷୟକୁ ଦେଇ ସ୍ଵତନ୍ତ୍ର ସେମିନାର ଅନୁଷ୍ଠିତ ହେବ। ଏହି ସେମିନାର କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେବ।

ସେହିପରି ୧୦ ତାରିଖ ଦିନ ରାମେଶ୍ଵର ଷ୍ଟାଡିୟମ ଠାରେ ଥିବା ସନ୍ତରଣାଗାର ପଲିସରରେ ଖୋଲାମଂଚରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଜି ସକାଳ ୯ଟାରେ ମାଁ ସୁରେଶ୍ଵରୀ ଙ୍କ ଆବାହନ ପରେ କଳାକାର, ପବ୍ଲିକ ଓ ପ୍ରଶାସନର ମିଳିତ ସହଯୋରେ ସ୍ଥାନୀୟ ରୟାଲ ପଡ଼ିଆ ଠାରୁ ଏକ ବିଶାଳ ସାସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ଷ୍ଟାଡିୟମ୍ ରେ ପହଞ୍ଚିବା ପରେ ସଂସ୍କୃତିକ ମଞ୍ଚ ପୂଜନ କରାଯିବ।

ସନ୍ଧ୍ୟା ୫ଟା ରେ ଏହି ସୁବର୍ଣ ଲୋକ ମହୋତ୍ସବ କୁ ରାଜ୍ୟ ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିବାର କାର୍ଯକ୍ରମ ରହିଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ, ସ୍ଥାନୀୟ ସାଂସଦ, ଓ ଉଭୟ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସଂସ୍କୃତି ଓ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥର ପ୍ରଥମ ଥର ପାଇଁ ମାର୍ଶାଲ ଆର୍ଟ କାର୍ଯ୍ଯ କ୍ରମ ରହିଥିବା ମଧ୍ୟ ପ୍ରେସମିଟ୍ ରେ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.